ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ।

ନିମାପଡ଼ା ( ) ନିମାପଡ଼ା ବାରବାଟୀ ପଡିଆରେ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଏହି ଉତ୍ସବକୁ ଉଦଘାଟନ କରିଥିଲେ।ଜିଲ୍ଲାର 16 ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସେଠାରେ ପଡ଼ିଥିବା ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଗୁଡିକୁ ଶ୍ରୀମତୀ ପରିଡା ବୁଲି ଦେଖିଥିଲେ। ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୁତିକାନ୍ତ ପ୍ରଧାନ, ନିମାପଡ଼ା ବ୍ଲକ ଶିକ୍ଷା ଅଧିକାରୀ

କୈଳାସ ଚନ୍ଦ୍ର ପାଢ଼ୀ, ରାଜଲକ୍ଷ୍ମୀ ଦାସ, ସନ୍ତୋଷ କୁମାର ଚୌଧୁରୀ, ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ, ନିମାପଡ଼ା ଏନସି ଅଧ୍ୟକ୍ଷା ସସ୍ମିତା ସାହୁ, ଏବିଇଓ ସୁଦର୍ଶନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ 16 ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ ପ୍ରଦୀପ କୁମାର ରାଉତ, ଜ୍ୟୋତିରଞ୍ଜନ ରଥ ପରିଚାଳନା କରିଥିଲେ। ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ଅନେକ ଶିକ୍ଷାବିତ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *