ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ:
ଭଦ୍ରକ/ ୧୫\୧- ଆସନ୍ତା ଫେବୃଆରୀ ୧୫ରେ ବାବା ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ(ଜାଗରଯାତ୍ରା)। ଚଳିତବର୍ଷ ୩ଦିନ ଧରି ପାଳନ ହେବ । ଏହି ଅବସରରେ ମଣିବାବାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଭଦ୍ରକ ଜିଲାପାଳଙ୍କ ସଦଭାବନା ସଭାଗୃହରେ ଜିଲାପାଳ ଦିଲିପ ରାଉତରାୟଙ୍କ ଅଧ୍ଯକ୍ଷତାରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲା ଆରକ୍ଷି ଅଧିକ୍ଷକ ମନୋଜ ରାଉତ, ଅତିରିକ୍ତ ଏସପି ଅଂଶୁମାନ ଦ୍ଵିବେଦୀ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ ଜେନା, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ପ୍ରିନ୍ସରାକେଶ ନାୟକ, ଚାନ୍ଦବାଲି ତହସିଲଦାର ଭଵତୋଷ ମଲିକ, କନିକାରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ , ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଟ୍ରଷ୍ଟଵୋର୍ଡ ସଭ୍ୟ ସନ୍ତୋଷ ପାଢୀ, ସରୋଜ ଦାସ,, କନିକାରାଜାଙ୍କ ପ୍ରତିନିଧି ମାୟାଧର ବାରିକଙ୍କ ସହ ବିଭିନ୍ନ ବିଭାଗର ଉଚ୍ଚ ପ୍ରଦାଧିକାରୀ ଯୋଗ ଦେଇଥିଲେ। ମହାଶିବରାତ୍ରୀ ଦିନ ହେବାକୁ ଥିବା ସମସ୍ତ ନୀତିକାନ୍ତି ସମ୍ବନ୍ଧରେ ବରିଷ୍ଠ ସେବାୟତ ବିଜୟକୁମାର ଦାଶ ସୂଚନା ଦେଇଥିଲେ। ଚଳିତବର୍ଷ ଜାଗରଯାତ୍ରା ଦିନ ଭୋର ୪ଟାରେ ମନ୍ଦିର ଦ୍ବାର ଫିଟାଯିବା ପରେ ମଙ୍ଗଳ ଆଳତୀ, କନିକା ରାଜାଙ୍କ ତରଫରୁ ପହିଲି ଘର୍ଷଣ ଲାଗି, ଜଳାଭିଷେକ ସରିବା ପରେ ସକାଳ ୫/୧୫ରୁ ରାତ୍ର ୧୧/୩୦ଯାଏ ଭକ୍ତଙ୍କ ସାହାଣମେଲା ଦର୍ଶନ ରହିବା ସହ ପୁର୍ନବାର ରାତ୍ର ୧/୩୦ରେ ସୁନାବେଶ ସମ୍ପନ୍ନ ହେବା ପରେ ସାହାଣମେଲା ଦର୍ଶନ କରାଯିବ। ଭୋର ୪ଟା ସୁଧା ମହାଦୀପ ପ୍ରସ୍ତୁତି ସହ ପୂଜାର୍ଚ୍ଚନା ସରିବା ପରେ ୪/୩୦ରୁ ୫ଟା ମଧ୍ୟରେ ମନ୍ଦିରଚୂଡାକୁ ମହାଦୀପ ଉଠିବ।ସେହିପରି ମହାଶିବରାତ୍ରୀ ଦିନ ଲକ୍ଷାଧିକ ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା ସହିତ ଜଳପଥର ନଦୀଘାଟକୁ ଜଗି ରହିବେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ।

ଚଳିତବର୍ଷ ଜଳପଥରେ ପଇଁତରା ମାରିବ ଅତ୍ଯାଧୁନିକ ସ୍ପିଡବୋଟ କହିଥିଲେ ଅଗ୍ନିଶମ ବିଭାଗର ଅଧିକାରୀ, ସେହିପରି ପୀଠରେ ଯାତ୍ରା ପୂର୍ବଦିନ ଠାରୁ ଯାତ୍ରା ଶେଷ ପର୍ଯ୍ଯନ୍ତ ୩ଦିନଧରି ପୀଠରେ ନିରବିଛିନ୍ନ ବିଦ୍ଯୁତ ସେବା, ପାନୀୟ ଜଳଯୋଗାଣ ପାଇଁ ଆଲୋଚନା କରାଯାଇଥିଲା ତାହାସହ ସ୍ବାସ୍ଥ୍ଯକେନ୍ଦ୍ରକୁ ୨୪ଘଣ୍ଟା ଖୋଲା ରଖାଯିବା ସହ ମନ୍ଦିର ପରିସରରେ ଅତିରିକ୍ତ କ୍ଯାମ୍ପ କରାଯିବା ସହିତ ପୀଠରେ ପରିମଳ ବ୍ଯବସ୍ଥା ସହ ଅତିରିକ୍ତ ଶୌଚାଳ ନିର୍ମାଣ କରାଯିବ ବୋଲି ଜିଲା ଜଳପରିମଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଅନ୍ଯପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ। ବିଶେଷକରି ଭକ୍ତମାନଙ୍କର ଗହଳି ସମୟରେ ଅସାମାଜିକ ବ୍ଯକ୍ତିଙ୍କୁ ଧରିବା ପାଇଁ ସାଧା ପୋଷାକଧାରୀ ପୁଲିସ ନିୟୋଜିତ ରହିବା ସହ ଆକାଶମାର୍ଗରୁ ଡ୍ରୋନ କ୍ଯାମେରା ଓ ସିସି କ୍ୟାମେରା ଚାଳନା କରାଯିବ, ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପୀଠରେ ସଂଧ୍ଯାରୁ ମଧ୍ଯରାତ୍ର ପ୍ରଯ୍ଯନ୍ତ ଭଜନ ପରିବେଷଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ । ପୀଠରେ ଗାଡିପାର୍କିଂ ଓ ଟ୍ରାଫିକ ବ୍ଯବସ୍ଥା ପାଇଁ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ପରେ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲାପାଳ କହିଥିଲେ। ଉକ୍ତ ବୈଠକରେ ସେବାୟତ ଅରବିନ୍ଦ ପାଢୀ, ଜିବନାନ୍ଦ ପାଢୀ, ଦେବଦତ୍ତ ପାଢୀ, ଲଲାଟକିଶୋର ପାଢୀ, ଆଶିଷ ପାଢୀ, ଶିବାନନ୍ଦ ପାଢୀ, ସରୋଜ ପାଢୀ, ସଞ୍ଜୟ ପାଢୀ, ମନୋରଞ୍ଜନ ପାଢୀ, ସଵ୍ୟଶାଚି ହୋତା, ବିବେକାନନ୍ଦ ପାଢୀ ପ୍ରମୁଖ ଯୋଗ ଦେଇଥିଲେ।
