ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
ତା ୨୪-୦୨-୨୦୨୬ ରିଖ ମଙ୍ଗଳବାର ରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା କୁ ମାନ୍ୟବର ସାଂସଦ କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଏହି ମେଳା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ସରକାରୀ ବହୁବୃତ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା କୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ଦୁର୍ଗା ଚରଣ ଦାସ ଏବଂ ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୁବିଦିତ ସାମନ୍ତରାୟ ପରିଚାଳନା କରିଥିଲେ ।

ଏହି ନିଯୁକ୍ତି ମେଳାରେ ମୋଟ ୧୮ଗୋଟି ନିଯୁକ୍ତି ଦାତା କମ୍ପାନୀ ଏବଂ ୯ ଜଣ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ । ଏହି ମେଳାରେ ବିଭିନ୍ନ ବ୍ଲକ ରୁ ସର୍ବମୋଟ ୧୨୫୪ ଜଣ ଛାତ୍ର ଛାତ୍ରୀ ଏବଂ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ମାନେ ଯୋଗ ଦେଇ ନିଜର ପସନ୍ଦର ନିଯୁକ୍ତି ଦାତା ଙ୍କ ପାଖରେ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ୫୬୨ ଜଣ ନିଯୁକ୍ତି ପାଇଁ ଏବଂ ୪୧୨ ଜଣ ପ୍ରଶିକ୍ଷଣ ପାଇଁ ପଞ୍ଜିକରଣ କରିଥିଲେ ।
