ଜିଲ୍ଲା ସ୍ତରିୟ ନିଯୁକ୍ତିମେଳା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରିୟ ଓଡିଶା ଦକ୍ଷତାବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ଜିଲ୍ଲା ମିଳିତ ଆନୁକୁଲ୍ୟରେ ଏକଦିବସିୟ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ବିଧାୟକ ତଥା ଖଣିଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଢେଙ୍କାନାଳ ସାସଂଦ ମହେଶ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ, ଓ ବିଡିଓ,କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ,କାମାକ୍ଷାନଗର ଏନଏସି ଅଧକ୍ଷ ସମେତ ଦକ୍ଷତାବିକାଶ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଜିଲ୍ଲାରୁ ୮ ଟି ବ୍ଲକରୁ ବେକାର ଯୁବକ ଯୁବତୀ ମାନେ ଆସି ସକାଳ ୧୦ ଠାରୁ ସେମାନଙ୍କର ନାମ ପଞ୍ଜକୃତ କରିଥିଲେ। ଏବଂ ଏଠାକୁ ମୋଟ ୪୦ ଗୋଟି ନାମି ଦାମି କମ୍ପାନୀ ଆସି ନିଯୁକ୍ତି ପାଇଁ ପ୍ରାର୍ଥି ଚୟନ କରିଥିଲେ। ଏବଂ ଏହି ନିଯୁକ୍ତି ମେଳାରେ ସୁରକ୍ଷାବାହିନୀରେ ଯୋଗ ଦେବା ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଚୟନ ପ୍ରକ୍ରିୟା ଗୋଟିଏ ଦିନ ଥିବାବେଳେ ଦିନ ୧୦ ଟା ଠାରୁ ଆରମ୍ଭ ହୋଇ ଦିନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ବିଭାଗ ତରଫରୁ ଯେଉଁଭଳି ଭାବେ ପ୍ରଚାର ପ୍ରସାର କରିବା କଥା ସେହିଭଳି ଭାବେ ହୋଇନଥିଲା। ଯାହାଫଳରେକି ୮ ଟି ବ୍ଲକ ମଧ୍ୟରୁ କାମାକ୍ଷାନଗର ବ୍ଲକରେ ୬୪୨ ଓ ଢେଙ୍କାନାଳ ସଦର ବ୍ଲକରେ ୧୯୬ ଜଣ ପଞ୍ଜିକରଣ ରେ ସର୍ବାଧିକ ତିନିଅଙ୍କ ଛୁଇଁଥିଲା।ଏବଂ ବାକି ୬ ଟି ବ୍ଲକରେ ପଞ୍ଜିକରଣ ସଂଖ୍ୟା ତିନିଅଙ୍କ ଛୁଇଁନଥିଲା। ଆଜି ନିଯୁକ୍ତି ମେଳାରେ ସର୍ବମୋଟ ୧୧୩୪ ଜଣ ପଞ୍ଜକୃତ କରିଥିବା ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *