ଜିଲ୍ଲାସ୍ତରୀୟ ସର୍ବୋଦୟ ସଂକଳ୍ପ ଶିବିର

ଜିଲ୍ଲାସ୍ତରୀୟ ସର୍ବୋଦୟ ସଂକଳ୍ପ ଶିବିର

ତୃଣମୂଳ ସ୍ତରରେ ସୁଦୃଢ ହେବ ପଞ୍ଚାୟତିରାଜ ସଙ୍ଗଠନ

ମଜବୁତ୍ ହେବ କଂଗ୍ରେସ ଦଳ

କୋଣାର୍କ(ଜ୍ଞାନ ରଞ୍ଜନ ବିଶ୍ଵାଳ) – କୋଣାର୍କ କଲ୍ୟାଣ ମଣ୍ଡପରେ ଦୁଇ ଦିନିଆ ପୁରୀ ଜିଲ୍ଲାସ୍ତରୀୟ ସର୍ବୋଦୟ ସଂକଳ୍ପ ଶିବିର ଆୟୋଜିତ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଆରମ୍ଭ ହୋଇଥିବା ଏହି ସଂକଳ୍ପ ପ୍ରଶିକ୍ଷଣ ଶିବିର ଅଧକ୍ଷ ସୁଦର୍ଶନ ଦାସଙ୍କ ତତ୍ତ୍ଵାବଧାନରେ ଶୁଭାରମ୍ଭ ହୋଇଥିଲା। ପ୍ରଶିକ୍ଷକ ଭାବେ ଶ୍ରୀ ସୁନୀଲ ପାନୱାର, ଅଧ୍ୟକ୍ଷ, ଆରଜିପିଆରଏସ, ଶ୍ରୀ କୁନାଲ ବାନାର୍ଜୀ, ଉପାଧ୍ୟକ୍ଷ, ଆରଜିପିଆରଏସ, ବକ୍ତା ଡକ୍ଟର ମନୀଷା ଦାସ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ କଂଗ୍ରେସର ଭୂମିକା, ଭାରତ ନିର୍ମାଣ ଏବଂ କଂଗ୍ରେସର ଅବଦାନ ଓ ଭାରତୀୟ ସମ୍ବିଧାନର ସୁରକ୍ଷା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ସଜାଡ଼ିବା ଏବଂ ମଜବୁତ କରିବା କ୍ଷେତ୍ରରେ ରାଜୀବ ଗାନ୍ଧି ପଞ୍ଚାୟତରାଜ ସଂଗଠନର ଭୂମିକା ଗୁରୁତ୍ବପୂର୍ଣ | ଅନେକ ରାଜ୍ୟରେ ଏହାର ପରୀକ୍ଷଣ ହୋଇଛି ଏବଂ ତୃଣମୂଳ ସ୍ତରରେ ଏହାର ବ୍ୟାପକ କାର୍ଯ୍ୟକ୍ରମ ଯୋଗୁଁ ସେଠାରେ କଂଗ୍ରେସ କ୍ଷମତାକୁ ଫେରି ପାରିଛି ।

ଦେଶ ଏବଂ ରାଜ୍ୟର ସାଂପ୍ରତିକ, ରାଜନୈତିକ ପରିସ୍ଥିତି କଂଗ୍ରେସର ଶକ୍ତି ବୃଦ୍ଧି ପାଇଁ ଯେମିତି ଏକ ଆହ୍ବାନ ସୃଷ୍ଟି କରିଛି, ଠିକ୍ ସେହିପରି ଏହା ଏକ ପ୍ରକାଣ୍ଡ ସମ୍ଭାବନା ମଧ୍ଯ ସୃଷ୍ଟି କରିଛି । ଏହି ସମ୍ଭାବନାକୁ ବାସ୍ତବାୟୀତ କରିବାକୁ ହେଲେ ତୃଣମୂଳ ସ୍ତରରେ ଦଳକୁ ସଜାଡ଼ିବା ସହିତ ଶକ୍ତିଶାଳୀ କରିବା ବର୍ତ୍ତମାନ ସମୟରେ ସମସ୍ତଙ୍କର ନୈତିକ ଏବଂ ଐତିହାସିକ ଦାୟିତ୍ବ । ଏ କ୍ଷେତ୍ରରେ ରାଜୀବ ଗାନ୍ଧି ପଞ୍ଚାୟତରାଜ ସଙ୍ଗଠନ ଏକ ବିଶେଷ ଭୂମିକା ନେଇ ପାରିବ ବୋଲି ଯୋଗ ଦେଇଥିବା ପ୍ରବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ନଗର କଂଗେସ ସଂଗଠନ କର୍ମୀ ଉପେନ୍ଦ୍ର କାଣ୍ଡି ,ସ୍ଵାଧୀନ ନାୟକ, ସୁବାସ ନାୟକ, ସୁରେଶ ନାୟକ, ନଟବର ନାୟକ, କାଉନସିଲର ନିହାର ରଞ୍ଜନ ବେଉରା, ଲୋକନାଥ ବେହେରା, ବିରଞ୍ଚି ପତି, ନିରଞ୍ଜନ ଖୁଣ୍ଟିଆ, ପ୍ରତାପ କାଣ୍ଡି ଓ ବିପିନି ବିହାରୀ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *