ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଓ ଶିଶୁବୈଜ୍ଞାନିକ ପ୍ରଦର୍ଶନୀ -୨୦୨୫ଅନୁଷ୍ଠିତ ।
ନବରଙ୍ଗପୁର ୧୬/୧୨ ଆଜି ନବରଙ୍ଗପୁର ପୌରପାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଓ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ବାଇଁ ,ସମ୍ମାନୀୟ ଅତିଥି ରୂପେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ ପଣ୍ଡା,ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଓମକାର ପଟ୍ଟନାୟକ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଲିକ, ନବରଙ୍ଗପୁର ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକଚିତ୍ତରଞ୍ଜନ ପଟ୍ଟନାୟକ,ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମିନା ବାଗ ମଞ୍ଚାସିନ ରହିଥିଲେ।ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ନବରଙ୍ଗପୁର ଜିଲ୍ଲାପାଳ ଏବଂ ସମସ୍ତ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ବାଇଁ ନିଜ ଅଭିଭାଷଣରେ ଉପସ୍ଥିତ ସମସ୍ତ ଶିଶୁ ବୈଜ୍ଞାନିକଙ୍କୁ ନୂତନ ଚିନ୍ତାଧାରାର ଅଭିବୃଦ୍ଧି ଦିଗରେ ତତ୍ପର ହେବା ପାଇଁ ମାର୍ଗ ଦର୍ଶନ କରିଥିଲେ।ଆଜିର ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ଅଧୀନରେ ଥିବା ସ୍କୁଲର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୩୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଆଜିର ବିଜ୍ଞାନ ମେଳାର ସମସ୍ତ ପ୍ରକଳ୍ପ ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତ ନିମନ୍ତେ ବିଜ୍ଞାନ,ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ବିଷୟବସ୍ତୁକୁ ନେଇ ଉପପ୍ରକଳ୍ପ ଯଥା ଧାରଣୀୟ କୃଷି, ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ଲାଷ୍ଟିକର ବିକଳ୍ପ,ସବୁଜ ଶକ୍ତି,ଉଦୀୟମାନ ପ୍ରଯୁକ୍ତି ବିଦ୍ୟା,ବିନୋଦନାତ୍ମକ ଗାଣିତିକ ମଡେଲିଂ,ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା,ଜଳ ସଂରକ୍ଷଣ ଓ ପରିଚାଳନାକୁ ନେଇ ଛାତ୍ରଛାତ୍ରୀ ମାନେ ପ୍ରସ୍ତୁତ କରିଥିଲେ। ବିଚାରକ ମଣ୍ଡଳୀ ମାନେ ସମସ୍ତ ପ୍ରକଳ୍ପ ବୁଲି ଦେଖିବା ସହ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଭିତିରେ ୧୩ଟି ପ୍ରକଳ୍ପକୁ ମନୋନୀତ କରିଥିଲେ।ଏହି ୧୩ ଟି ପ୍ରକଳ୍ପ ମଧ୍ୟରୁ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଅଧୀନରେ ୭ଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀ ମାନେ ଉପସ୍ଥାପନା କରିବେ।

ଏହି ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ବିଭାଗରେ ବିଷ୍ଣୁ ମଣ୍ଡଳ,ଅନ୍ଵେଷା ସୁନା,ପ୍ରତିମା ପୂଜାରୀ,ସସ୍ମିତା ଜାନି, ନରେଶ ପୂଜାରୀ,ଲଭଲି ସାହୁ,ଭୁବନ ଗଣ୍ଡ ସଫଳତା ହାସିଲ କରିଥିଲେ।ସେହିପରି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଙ୍କିତା ଦାସ, ଦିନେଶ ହରିଜନ,ବବିତା ଜାନି ଏବଂ ମାଧ୍ୟମିକ ସ୍ତରରେ ସାଇ ମୁକ୍ତେଶ ସାହୁ,ଧରମଦେଇ ଭତରା,ଓମ ପ୍ରକାଶ ଲେଙ୍କା ସଫଳତା ହାସିଲ କରିଥିଲେ। କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଯୋଗଦାନ କରିଥିଲେ।ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ ସହ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ବିତରଣ କରିଥିଲେ। ପରିଶେଷରେ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ମିନା ବାଗ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
