ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ମେଳା ଓ ସ୍ଵଦେଶୀ ମେଳା ଉଦ୍ଘାଟିତ।
ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ମେଳା ଓ ସ୍ଵଦେଶୀ ମେଳା ଉଦ୍ଘାଟିତ। 28 ଜାନୁଆରୀ ପର୍ଯ୍ୟନ୍ତ 7 ଦିନ ଧରି ମେଳା ଚାଲିବ। ଭବାନୀପାଟଣା ସ୍ଥିତ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ରେ ମାନ୍ୟବର ସାଂସଦ ଲୋକସଭା, କଳାହାଣ୍ଡି ଶ୍ରୀମତୀ ମାଳବିକା ଦେବୀ ଙ୍କ କର କମଳରେ “ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଓ ସ୍ୱଦେଶୀ ମେଳା” ର ଶୁଭ ଉଦଘାଟନ ହୋଇଯାଇଛି. ଏହି ଅବସର ରେ ସଭାପତି ଜିଲ୍ଲା ପରିଷଦ,ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଦୟାମୟ ପାଢି, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଦୁର୍ଯ୍ଯୋଧନ ଭୋଇ, ଜିଲ୍ଲା ସଂସ୍ମୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମୁଜିବୁନ ନିଶା, ଜିଲ୍ଳା ମିଶନ ଶକ୍ତି ସଂଯୋଜିକା,ସୁମନ ଦ୍ବିବେଦୀ, ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓରମାସ , ଜୀବିକା ବିଶେଷଜ୍ଞ ପ୍ଲାନିଗ୍ ତଥା ଅନ୍ୟାନ୍ୟ ଜିଲ୍ଲା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ମେଳା ୨୨ ଜାନୁୟାରୀ ରୁ ୨୮ ଜାନୁୟାରୀ ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ। ଏହି ମେଳା ରେ କଳାହାଣ୍ଡି ଜିଲ୍ଲା ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲା ମାନଙ୍କରୁ ଆସିଥିବା ୭୦ରୁ ଉର୍ଦ୍ଧ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ନିଜର ପ୍ରସ୍ତୁତ ସାମଗ୍ରୀ ବିକ୍ରୀ କରୁଛନ୍ତି ତତ୍ତ୍ ସହିତ cold press unit ଓ hand loom ର live stall ମଧ୍ୟ ଅଛି।ଉକ୍ତ ମେଳା ରେ ବିବିଧ ହସ୍ତ ତନ୍ତ, ହସ୍ତ ଶିଳ୍ପ, ଖାଦ୍ୟ ଓ କାଷ୍ଠ ଜଙ୍ଗଲ ଉତ୍ପାଦ ସହିତ ଓଡ଼ିଆ ଅସ୍ମିତା ର ପ୍ରତିଫଳନ ମଧ୍ଯ ହୋଇଅଛି।ମେଳା ର ମୁଖ୍ୟ ଆକର୍ଷଣ selfie point ଏବଂ mascot ଧାରି ସୁଭଦ୍ରା ଦିଦି। କଳାହାଣ୍ଡି ଜିଲ୍ଲାର ଲୋକ ନୃତ୍ୟ ସଙ୍ଗେ ବିଭିନ୍ନ ସଂl ସ୍କୃତିକ କାର୍ଯ୍ୟକ୍ରମ ସାତଦିନ ଧରି ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଚାଲିବ ।
