ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ Govt High School ରେ ପାଳନ ହୋଇଯାଇଅଛି।
ଆଜି ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ Govt High School ରେ ପାଳନ ହୋଇଯାଇଅଛି। ଏହି ସଭା ରେ ମୁଖ୍ୟ ଅତିଥି ଥିଲେ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ, ଭଦ୍ରକ। ଅନ୍ୟତମ ଅତିଥି ଭାବେ ସରୋଜ୍ କୁମାର୍ ଦତ୍ତ, ଅତିରିକ୍ତ ଜିଲ୍ଲାପାଳ, ଭଦ୍ରକ, କାର୍ତ୍ତିକ ନାଥ ମଣ୍ଡଲ, ଡେପୁଟୀ କଲେକ୍ଟର, ଭଦ୍ରକ, ଜଗବନ୍ଧୁ ସାହୁ,ଜିଲ୍ଲା ଶିକ୍ଷାଧିକାରୀ, ଭଦ୍ରକ, ଡ କ।ର୍ତିକେଶ୍ୱର୍ ସାହୁ, ଅଧ୍ୟକ୍ଷ,DIET, ଭଦ୍ରକ, ସମସ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଗୋଷ୍ଟୀ ଶିକ୍ଷାଧିକାରୀ, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।୨୬ ଜଣ କୃତୀ ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କର।ଯାଇଥିଲା। ସେଇପରି ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, CRCC ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଗୁରୁ ଦିବସ ଅବସର ରେ ଗୁରୁ ଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଛାତ୍ର ଛାତ୍ରୀ ମାନେ ସଦା ସର୍ବଦା ଅର୍ପଣ କରିବା ଦରକାର୍। ଆଜିର ଯୁବ ପିଢ଼ି ଗୁରୁ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ଆବଶ୍ୟକ। ସେଇପରି ଗୁରୁ ମାନେ ସେମାନେ ମଧ୍ୟ କେବଳ ସମୟ କୁ ଦେଖି ଶିକ୍ଷା ଦେବା ଅପେକ୍ଷା ଛାତ୍ର ଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦରକାର୍। ଯେପରି ଭଦ୍ରକ ଜିଲ୍ଲା ସାରା ଓଡିଶା ରେ ଶିକ୍ଷା କ୍ଷେତ୍ର ରେ ଅଗ୍ରୀମ ଭୂମିକା ହାସଲ କରିବ।
