ଜିଲ୍ଳା ସ୍ତରୀୟ ସ୍ପର୍ଶ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ*

ନବରଙ୍ଗପୁର ତା ୩୦.୧.୨୦୨୬: ଆଜି ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସ୍ପର୍ଶ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ବ୍ୟାପକ ପ୍ରଚାର ପ୍ରସାର ମାଧ୍ୟମରେ ଜିଲ୍ଲାରେ ବିଭିନ୍ନ ବ୍ଲକରେ ୩୦ ଜାନୁୟାରୀ ରୁ ୧୩ ଫେବୃଆରୀ ୨୦୨୬ ପର୍ୟ୍ୟନ୍ତ ଜିଲ୍ଲାରୁ କୁଷ୍ଠ ରୋଗ ନିରାକରଣ ନିମନ୍ତେ ଚାଲିବ।ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଜାତୀୟ କୁଷ୍ଠ ମୂଳୋତ୍ପାଟନ କାର୍ଯ୍ୟକ୍ରମ ୨୦୨୭ ମସିହା ସୁଦ୍ଧା ଭାରତବର୍ଷକୁ କୁଷ୍ଠ ମୁକ୍ତ ଦେଶ ରୂପେ ଘୋଷଣା କରିବାକୁ ସ୍ଥିର କରିଛି।ଏହି ସଚେତନତା କାର୍ଯ୍ୟକ୍ରମରେ ଏ ଡି ପି ଏଚ ଓ ଡ ସୁକାନ୍ତ ଶତପଥୀ, ଏ ଡି ଏମ ଓ ଡ ମଳୟ ତ୍ରିପାଠୀ, ଡି ପି ଏମ ( ଏନ୍ ଏଚ ଏମ) ସଙ୍କର ଆଚାର୍ଯ୍ୟ, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା, ୟୁ ପି ଏଚ ସି ମେଡିକାଲ ଅଧିକାରୀ ଡି ପ୍ରିୟ ରଞ୍ଜନ ନନ୍ଦ, ଏ ଡି ଇ ଓ ଶ୍ରୀକାନ୍ତ ଜାନି,ଜିଲ୍ଲା କୁଷ୍ଠ ରୋଗ ନିରାକରଣ ସୁପରଭାଇଯର ସୁକନ୍ଦ୍ର ଡାଙ୍ଗ୍ରି ବୈଠକରେ ଉପସ୍ଥିତ ଥିଲେ।ସୁଚନା ଅନୁଯାୟୀ ଏପ୍ରିଲ ୨୦୨୦ ରୁ ଡିସେମ୍ବର ୨୦୨୫ ମଧ୍ୟରେ ଜିଲ୍ଲାରେ ବର୍ତ୍ତମାନ ୩୨୫ ଜଣ କୁଷ୍ଠ ରୋଗ ରେ ପୀଡ଼ିତ ହୋଇ ଚିକିତ୍ସାଧିନ ଅଛନ୍ତି।୧୫୪୬ ଜଣ ନୂଆ ଭାବେ କୁଷ୍ଠ ରୋଗ ରେ ଚିହ୍ନଟ ହୋଇଛନ୍ତି।ବର୍ତ୍ତମାନ ସୁଦ୍ଧା ୧୨୨୧ ଜଣ ଏହି ରୋଗରୁ ମୁକ୍ତ ହୋଇଛନ୍ତି।୮୯ ଜଣ ଶିଶୁ ଏହି ରୋଗ ରେ ଆକ୍ରାନ୍ତ ହୋଇଛନ୍ତି।ଏହାର ନିରାକରଣ ନିମନ୍ତେ ପ୍ରତ୍ୟେକ ଗ୍ରାମରେ ଆଶା କର୍ମୀ,ଅଙ୍ଗନବାଡି କର୍ମୀ,ସ୍ଵାସ୍ଥ୍ୟ କର୍ମୀ କୁଷ୍ଠ ରୋଗ ରେ ପୀଡ଼ିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବେ ଏବଂ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କ ଶରୀରରେ କୁଷ୍ଠ ସମ୍ଭନ୍ଧିତ କୌଣସି ଛଉ ଦେଖାଗଲେ କିମ୍ବା ସୁଚନା ମିଳିଲେ ତାହା ମଧ୍ୟ ରିପୋର୍ଟ କରିବେ। ଅତିଥି ଗଣ କୁଷ୍ଠ ରୋଗ ଏକ ସାଧାରଣ ଜୀବାଣୁ ଜନିତ ରୋଗ ,ଏହାର ସମୟ ମଧ୍ୟରେ ଏମ ଡି ଟି ଚିକିତ୍ସା କଲେ ୬ ମାସ ମଧ୍ୟରେ ଜଣେ ରୋଗମୁକ୍ତ ହେବ । ଶରୀରରେ କୌଣସି ବଧିରା ଛଉ ଦେଖାଗଲେ , ଏହାକୁ ନ ଲୁଚାଇ ଶୀଘ୍ର ନିକଟସ୍ତ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଚିକିତ୍ସା କରାଇବା ପାଇଁ କହିଲେ। ଏମ ଡି ଟି ଔଷଧ ମାଗଣା ରେ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ରହିଛି।

ଏହି ରୋଗ ରେ ପୀଡ଼ିତ ଲୋକଙ୍କୁ ବହୁ ବର୍ଷ ତଳେ ସାମାଜିକ କଳଙ୍କ ର ଚିହ୍ନ ଲଗାଇ ରୋଗୀଙ୍କୁ ବାସନ୍ଦ କରୁଥିଲେ ,ସେଭଳି ସ୍ଥିତି ଆଜି ନାହିଁ ଏବଂ ଆମେ ସମସ୍ତେ ରୋଗୀଙ୍କ ସହ କୌଣସି ସାମାଜିକ ଭେଦଭାବ ନ ରଖି ନିସଙ୍କୋଚରେ ବସିବା,ଖାଇବା ଏବଂ ମିଶିପାରିବା ।ସେଭଳି ଉପସ୍ଥିତ ନିମନ୍ତ୍ରିତ ଦିଶାରି, ଗୁଣିଆ ମାନଙ୍କୁ ଗାଁ ରେ ତାଙ୍କ ନିକଟକୁ ଆସୁଥିବା ରୋଗୀଙ୍କୁ ଏହି ରୋଗର ଉପଶମ ଓ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁଥିବା ଉନ୍ନତ ମାନର ଔଷଧ କେବଳ ଗ୍ରହଣ କରିବାକୁ ଗୁରୁତ୍ବ ଦେଇ କହିବାକୁ ପରାମର୍ଶ ଦିଆଯାଇଥିଲା।କୁଷ୍ଠ ରୋଗ ରେ ପୀଡ଼ିତ ବ୍ୟକ୍ତିଙ୍କୁ ସାମାଜିକ ଭେଦଭାବ ରୋକିବାକୁ ଏବଂ ଚିକିତ୍ସାରେ ସହଯୋଗ କରିବାକୁ ମୁଖ୍ୟ ଅତିଥି ଙ୍କ ଅଧ୍ୟକ୍ଷତାରେ ସମସ୍ତେ ଏକ ଶପଥ ପାଠ ରେ ଭାଗ ନେଇଥିଲେ।କୁଷ୍ଠ ନିରାକରଣ ପକ୍ଷ ସଚେତନତା ରଥ ଆଜିଠୁ ସମସ୍ତ ବ୍ଲକ କୁ ଗସ୍ତ କରି ୧୫ ଦିନ ସଚେତନତା ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *