ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ ।

କନ୍ଧମାଳ, ଫୁଲବାଣୀ,ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ-୨୦୨୫ ପାଳିତ ହୋଇଯାଇଛି। ଏହାକୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ବିଶ୍ବରଂଜନ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଭଗବତ ଘୋଷ , ଅତିରିକ୍ତ ପ୍ରାଣୀ ଚିକିତ୍ସକ ଅଧିକାରୀ ଡ.ପ୍ରଣବ କିଶୋର ପଟ୍ଟନାୟକ, ଫୁଲବାଣୀ ସହକାରୀ କୃଷି ଅଧିକାରୀ ଶ୍ରୀମତୀ ସୁଭଲକ୍ଷ୍ମି ବେହେରା ଏବଂ ବାଲିଗୁଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ବିଶ୍ଵନାଥ ଖେତି ପ୍ରମୁଖ ମଞ୍ଚାସୀନ ଅତିଥି ଯୋଗଦେଇଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ରଥ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଉଦ୍ଦେଶ୍ୟ ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଉକ୍ତ ବୈଠକ ରେ ଜିଲ୍ଲାର ୧୨ ଗୋଟି ବ୍ଲକ ରୁ ୭୦ ଜଣ ମତ୍ସ୍ୟ ଚାଷୀ,ମତ୍ସ୍ୟ ଉଦ୍ୟୋଗୀ, ଯାଆଁଳ ମାଛ ଉତ୍ପାଦନ କାରୀ,ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ର ସଦସ୍ୟ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ସଦସ୍ୟା ମାନଙ୍କ ସମେତ ବ୍ଲକର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଘୋଷ ଚାଷୀ ମାନଙ୍କୁ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ରୁ କିଭଳି ଫାଇଦା ଉଠାଇବା ସେଥିପ୍ରତି ପ୍ରବର୍ତ୍ତାଇ ଥିଲେ । ପ୍ରାଣୀ ବିଭାଗ ଅଧିକାରୀ ଯୋଜନା ଗୁଡିକ ବିଷୟ ରେ ଅବଗତ କରାଇଥିବା ବେଳେ କୃଷି ବିଭାଗର ଅଧିକାରୀ ଶ୍ରୀମତୀ ବେହେରା ସମନ୍ୱିତ ମତ୍ସ୍ୟ ଚାଷ ଉପରେ ଗୁରୁତ୍ବାରୋପ କରିବା ସହିତ ମତ୍ସ୍ୟଚାଷୀ ଙ୍କୁ ଉତ୍ସାହିତ କରିଥିଲେ। ଏହି ଦିବସ ରେ ଜଣେ ସଫଳ ମତ୍ସ୍ୟ ଚାଷୀ, ଗୋଟିଏ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଚକାପାଦ ମତ୍ସ୍ୟ ଅଧିକାରୀ ଶ୍ରୀ ଜି. ଦୀପକ୍ ରେଡ୍ଡୀ ମତ୍ସ୍ୟ ବିଭାଗ ର ବିଭିନ୍ନ ଯୋଜନା ସମ୍ବନ୍ଧ ରେ ଆଲୋକପାତ କରିଥିଲେ । ଖଜୁରୀପଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଆରୋଷ୍ରୀ ଅର୍ପିତା ମିଶ୍ର ସଭା ମଞ୍ଚ ପରିଚାଳନା କରିଥିବା ବେଳେ ଫୁଲବାଣୀ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ କାହୁଁ ଚରଣ ମୁଖି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *