କଙ୍କଡାହାଡ଼ ବ୍ଲକ ଅପହଞ୍ଚ ଦୁର୍ଗମ ଅଞ୍ଚଳକୁ ନାଳ ପାରି ହୋଇ ଚାଲିଚାଲି ଗଲେ ଜିଲାପାଳ ସୋମେଶ ଉପାଧ୍ୟାୟ
କାମାକ୍ଷାନଗରତାରିଖ-୦୯-୦୭-୨୦୨୫ଆଙ୍କର-ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଅପହଞ୍ଚ ଦୁର୍ଗମ ଇଲାକା ଏକୁଲ ସେକୁଲ ପୁଟିପାଳ ଗାଁରେ ନାଳ ପାରି ହୋଇ ଚାଲିଚାଲି ଗାଁକୁ ଗଲେ ଢେଙ୍କାନାଳ ଜିଲାପାଳ ସୋମେଶ ଉପାଧ୍ୟାୟ ।ବୁଧବାର ସକାଳୁ ଜିଲାପାଳ ଅଚାନକ କଙ୍କଡାହାଡ଼ ବ୍ଲକ ସଦର ମହକୁମାରେ ପହଂଚିବା ପରେ ସେଠାରୁ ସେ ଚାଲିଲେ କାନ୍ତୁଲ ପଂଚାୟତର ଏକୁଲ ସେକୁଲ ଓ ପୁଟିପାଳକୁ ।ଏକୁଲ ସେକୁଲ ଗାଁକୁ ଅଣ୍ଟାଏ ଉଚର ପାଣି ବହୁଥିବା ପିଛୁଳି ନାଳ ପାରି ହୋଇ ଚାଲିଚାଲି ଗାଁକୁ ଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ସହିତ ସମାଧାନ କରିବାକୁ କହିଲେ ।ସେହିଭଳି ଅନ୍ୟଏକ ଗାଁ ପୁଟିପାଳ ଗାଁରେ ନାଳ ପାରି ହୋଇ ଗାଁକୁ ଗଲେ ଜିଲାପାଳ ସୋମେଶ ଉପାଧ୍ୟାୟ ।ଜିଲାପାଳ ନାଳ ପାରି ହେବା ସହିତ ଚାଲିଚାଲି ଗାଁକୁ ଗଲେ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଲେ ।ଏହା ସହିତ ସାଙ୍ଗରେ ମେଡ଼ିକାଲ ଟିମ ମଧ୍ୟ ଯାଇଥିଲେ ଲୋକଙ୍କ ଚିକିତ୍ସା କରାଇଥିଲେ ।ବିଡ଼ିଓ ଯଶୋବନ୍ତ ଦେହୁରୀ, ତହସିଲଦାର ସୌଦାମିନି ନାୟକଙ୍କ ସମେତ ବ୍ଲକର ଅଧିକାରୀ ଓ କର୍ମଚାରୀ ମଧ୍ୟ ଯାଇଥିଲେ ଜିଲାପାଳଙ୍କୁ ପାଇଁ ଲୋକମାନେ ବେଶ ଖୁସି ହୋଇଥିଲେ ।
