ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠ ଶୁଭ ପ୍ରବେଶ ଓ କାର୍ଯ୍ୟଭାର ଗ୍ରହଣ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଙ୍କ ଉପସ୍ଥିତିରେ ବୈଠକ

ନବରଙ୍ଗପୁର ତା ୬.୪.୨୦୨୬: ଆଜି ସ୍ଥାନୀୟ ଯୋଜନା ଓ ସ୍ଵ ମ୍ମନୟ କାର୍ଯ୍ୟଳୟ ପରିସରରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଙ୍କ ନୂତନ ପ୍ରକୋଷ୍ଠ ର ଶୁଭ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ଲୋକସଭା ସାଂସଦ ବଳଭଦ୍ର ମାଝୀ,ମାନ୍ୟବର ବିଧାୟକ ଝରିଗାଁ ନରସିଂ ଭତରା , ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବାସନ୍ତୀ ମାଝୀ ,ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା,ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିସରରେ ମାନ୍ୟବର ଲୋକସଭା ସାଂସଦ ଙ୍କ ନିମନ୍ତେ ଅନ୍ୟ ଏକ କାର୍ଯ୍ୟଳୟ ପ୍ରକୋଷ୍ଠ କାର୍ଯ୍ୟ ଅଳ୍ପ ଦିନ ରେ ଶେଷ ହେବ।ପ୍ରକୋଷ୍ଠ ଶୁଭ ପ୍ରବେଶ କାର୍ଯ୍ୟକ୍ରମ ପରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ସଭା ର ଆୟୋଜନ ହୋଇଥିଲା।ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ବିଧାୟକଙ୍କୁ ଶୁଭେଚ୍ଛା ଜ୍ଞାପନ ଓ ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲ୍ଲା ର ଉତ୍ତୋରତର ଉନ୍ନତି ପାଇଁ ସମସ୍ତ ଅଧିକାରୀ ନିଜ ନିଜ କ୍ଷେତ୍ର ରେ ଦାୟିତ୍ୱବାନ ରହି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଙ୍କ ଦିଗ ଦର୍ଶନ ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିଭା ଗୀୟ ଅଧିକାରୀମାନେ ସ୍ୱ ବିଭାଗର ଜନହିତକର ପ୍ରକଳ୍ପ ପ୍ରସ୍ତୁତକରି ଅତିଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଜିଲ୍ଲାର ଭିତ୍ତିଭୂମି ଓ ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରି ଓଡ଼ିଶାରେ ନବରଙ୍ଗପୁର ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା ରୂପେ ଗଢିବାକୁ ଆହ୍ୱାନ କରିଥିଲେ।ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରଥମେ ନବରଂଗପୁର ବିଧାୟକଙ୍କୁ ରାଜ୍ୟ ସରକାର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେଇଥିବା ହେତୁ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ। ବୈଠକ ରେ ଟୁରି ନଦୀ ପ୍ରକଳ୍ପ ଜଳସେଚନ,ରେଲୱେ, ବାଇପାସ୍ ରାସ୍ତା,ବ୍ଲକ୍ ମାନଙ୍କରେ ମିନି ଷ୍ଟାଡିୟମ କାର୍ଯ୍ୟ ଅଗ୍ରଗତି,ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ଆନିକଟ ଓ ଆଡ଼ିବନ୍ଧ ଉପରେ ବିଶେଷ ଆଲୋଚନା ହୋଇଥିଲା ଓ ଏ ଦିଗରେ ସଂପୃକ୍ତ ବିଭାଗୀୟ ଅଧିକାରୀ କାର୍ଯ୍ୟ କୁ ତ୍ୱରାନ୍ନିତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ବି ଡି ଓ,ତହସିଲଦାର , ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ଜିଲ୍ଲାପାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *