ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ : ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜିଲ୍ଲା ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ଶ୍ରୀ ମିଶ୍ର ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରଖାନାରେ କୁଲର, ଏସି ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଜରୁରୀକାଳୀନ ଔଷଧ ସହ ଆବଶ୍ୟକ ସ୍ଥଳେ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ବି କୁହାଯାଇଛି । ପ୍ରତି ଜିଲ୍ଲାରେ କଲ୍ ସେଣ୍ଟରରୁ ତଥ୍ୟ ସଂଗ୍ରହ କରାଯାଉଛି । ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ସହାୟତାରେ ଲୋକଙ୍କୁ ସଚେତନ କରାଯିବ । ବର୍ତ୍ତମାନ କେହି ବି ଅଂଶୁଘାତର ଶିକାର ହୋଇନାହାନ୍ତି । ଆଗାମୀ ଚାରି ଦିନ ପ୍ରବଳ ଗୀଷ୍ମ ପ୍ରବାହ ରହିବ । ଏଥିପାଇଁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । କରୋନାକୁ ନେଇ ସେ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ କରୋନାର ୪ର୍ଥ ଲହରରେ ପିକ୍ ହୋଇନଥିଲା । ଯେଉଁ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି ଡାକ୍ତରଖାନାରେ ଭର୍ତ୍ତି ହେବାର ସଂଖ୍ୟା ସେପରି ବେଶି ନାହିଁ । ଏତେ ଆତଙ୍କିତ ହେଲା ଭଳି ଲାଗୁନାହିଁ । ଭୟଭୀତ ହେବାର କେ?ଣସି କାରଣ ନାହିଁ ।

Leave a Reply

Your email address will not be published. Required fields are marked *