ଦିବ୍ୟାଙ୍ଗ ନାବାଳିକା କୁ ଅସଦ ଆଚରଣ ବାପା ର ମାଡ ରେ ଡ଼୍ରାଇଭର ମୃତ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଶିକବlଡ଼ି ଗ୍ରାମ ରେ ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି l ଏକ ରାସ୍ତା କାମରେ ନିୟଜିତ ମିକ୍ସଚେର ମେସିନ ଡ୍ରାଇଭର ନିରୁପାଲ ମହାତ ବୟସ 40 ବର୍ଷ ଝାଡ଼ଖଣ୍ଡ ରାଜ୍ୟ ର simdega ଜିଲ୍ଲା ର ଚିରାପାଲି ଯାହାଙ୍କୁ ବାଡେଇ ବାଡେଇ ହତ୍ୟା କରାଯାଇଛି ।ଘଟଣା ରୁ ପ୍ରକାଶ ଯେ ସିକବାଡି ଗ୍ରାମର ଏକ ଦିବ୍ୟାଙ୍ଗ ନାବାଳିକା କୁ ଡ୍ରାଇଭର ଜଣକ ଦୁଇ ତିନି ଥର ଉକ୍ତ ନାବାଳିକା କୁ ଅଶ୍ଳୀଳ ବ୍ୟବହାର କରିଆସୁଥିଲା । ଗତ କାଲି ଘରେ କିଏ ନଥିବା ର ସୁଯୋଗ ନେଇ ତାଙ୍କ ଘରକୁ ଯାଇ ନାବାଳିକା କୁ ଉଲଗ୍ନ କରି ଫୋଟ ଉତୋଳନ କରିବା ସହିତ ଅଶ୍ଳିଳ ବ୍ୟବହାର କରିଥିବା ପ୍ରଥମିକ ତଦନ୍ତ ରୁ ଜଣାପଡ଼ିଛି। ନା ବାଳିକା ଜଣକ ଘରେ କାନ୍ଦୁ ଥିବା ଦେଖି ବାପା କଣ ହେଲା ବୋଲି ପଚାରିବା ପରେ ଝିଅ ଜଣକ ବାପା କୁ ସଂପୂର୍ଣ୍ଣ ଘଟଣା ପ୍ରକାଶ କରିବା ପରେ ବାପା ଉତ୍ତଖିପ୍ତ ହୋଇ ଉଠିବା ସହିତ ନିଜ ଭାଇ କୁ ସବୁ ଜଣାଇଥିଲେ। ଏହା ପରେ ଦୁଇ ଭାଇ ଆସି ଠିକାକ୍ୟାମ୍ପ ରେ ପହଞ୍ଚି ଡ୍ରାଇଭର କୁ ଘୋଷାଡି ଆଣି ମାଡ଼ ମାରି ଥିଲେ। ଏହା ପରେ ଡ୍ରାଇଭର ଜଣକ ଘଟଣା ସ୍ଥଳରେ ମୃତୁ ବରଣ କରିଥିଲେ। ଠିକାକ୍ୟାମ୍ପ କର୍ମଚାରୀ ମାନେ ଥାନା ରେ ଖବର ଦେବା ପରେ ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିଲେ। ନାବାଳିକା ଝିଅ ଓ ମା ଥାନା ରେ ପହଞ୍ଚିବା ପରେ ପୁଲିସ ବାପା ତରଣୀ ସେନ ପ୍ରଧାନ ଓ ଦାଦା ଓ ଦାଦା କୃଷ୍ଣ ଚନ୍ଦ୍ର ପ୍ରଧାନ କୁ ଥାନା କୁ ଆସିବା ପାଇଁ କହିଥିଲେ। ସେମାନେ ଦୁହେଁ ଥାନାକୁ ଆସିବା ପରେ ପୁଲିସ ସେମାନଙ୍କୁ ଅଟକରଖି ପଚରା ଉଚରା ଜାରି ରଖିଛି। ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ କରିବା ସହ ଡ୍ରାଇଭର ର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆଣିଥିବା ଜଣାପଡିଛ
Nrusingha Charan dash reporter
