ନବରଙ୍ଗପୁର ଜିଲ୍ଲାକୁ ରାଜ୍ୟ ସ୍ତରରେ ଗର୍ବିତ କଲେ ଦିବ୍ୟାଙ୍ଗ ଛାତ୍ର ନୀତିଶ ପାଣ୍ଡେ ।

ଭୁବନେଶ୍ୱର ଠାରେ ଜାରି ରହିଛି ରାଜ୍ୟ ସ୍ତରୀୟ ଶିଶୁ ମୋହଛବ ସୁରଭି -2025 । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ବଛାବଛା କୃତି ଦକ୍ଷ ଛାତ୍ରଛାତ୍ରୀ ପହଞ୍ଚିଛନ୍ତି ଏହି କାର୍ଯ୍ୟକ୍ରମରେ ନିଜ କଳାର ପ୍ରଦର୍ଶନ ପାଇଁ। ଏହି ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୀରା ଭଳି ଚମକିଛନ୍ତି ନବରଙ୍ଗପୁର ଓଡିଶା ଆଦର୍ଶ ବିଦ୍ୟାଳୟ, ଗଞ୍ଜାପ।ରା, ରାଇଘରର ସପ୍ତମ ଶ୍ରେଣୀର ଛାତ୍ର ନୀତିଶ ପାଣ୍ଡେ । ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ କନିଷ୍ଠ ବର୍ଗ ସଙ୍ଗୀତ ପ୍ରତିଯୋଗିତାରେ ସେ ଦ୍ଵିତୀୟ ସ୍ଥାନ ଅଧିକାର କରି ନବରଙ୍ଗପୁର ମାଟିକୁ ରାଜ୍ୟ ସ୍ତରରେ ଗର୍ବିତ କରିଛନ୍ତି ।

ଧନ୍ୟବାଦ ଜଣାଉଛୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁଙ୍କ ତତ୍ୱାବଧାନରେ ଜିଲ୍ଲା ସ୍ତରରେ ନେତୃତ୍ୱ ନେଇଥିବା ବିଚାରକ ମଣ୍ଡଳୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍,ସଂଘମିତ୍ରା ଦାସ, ବିଜୟ ପାଣିଗ୍ରାହୀ ଏବଂ ଜୟଶ୍ରୀ ମହାରଣାଙ୍କ ଏପରି ଦକ୍ଷ ଛାତ୍ରଙ୍କୁ ଚୟନ କରିବା ନିଷ୍ପତ୍ତିକୁ ଯିଏକି ଆଜି ଆମ ସମସ୍ତ ନବରଙ୍ଗପୁର ବାସୀଙ୍କୁ ରାଜ୍ୟ ସ୍ତରରେ ଗର୍ବିତ କରିଛନ୍ତି । ନୀତିଶଙ୍କ ଏହି ସଫଳତା ପାଇଁ ନବରଙ୍ଗପୁର ବାସୀ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଇଛି। ଓଡିଶା ଆଦର୍ଶ ବିଦ୍ୟାଳୟ, ଗଞ୍ଜାପାରା, ରାଇଘରର ଅଧ୍ୟକ୍ଷ, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ

Leave a Reply

Your email address will not be published. Required fields are marked *