ଦିବ୍ୟାଙ୍ଗ ଯୁବକ ଙ୍କୁ ବି ଡି ଓ ଦ୍ଵାରା ହୁଇଲ ଚ୍ୟlର ପ୍ରଦାନ

ସୋରଡ଼ା,୪/୨୫ଶାରୀରିକ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଛି ସରକାରଙ୍କ ଅନେକ ଯୋଜନା।କିନ୍ତୁ ପୂର୍ଵ ସରକାରରେ ଅନେକ ଦିବ୍ୟାଙ୍ଗ ଯୁବକ ଯୁବତୀ ସରକାରୀ ପ୍ରୋତ୍ସାହନ ପାଇବାରୁ ବଞ୍ଚିତ ରହିଥିବା ନଜରକୁ ଆସିଛି। ଆଜି ସୋରଡ଼ା ବ୍ଲକ ଲାଠିପଡ଼ା ଗ୍ରାମର ସ୍ବର୍ଗତ ଗୋପୀନାଥ ସ୍ୱାଇଁ ଓ ବିନୁ ସ୍ୱାଇଁ ଙ୍କ ଦିବ୍ୟାଙ୍ଗ ପୁଅ କମଳ ସ୍ୱାଇଁଙ୍କୁ ହୁଈଲ ଚେୟାର ପ୍ରଦାନ କରାଯାଇଛି।ପୂର୍ବରୁ କମଳ ଙ୍କ ଆଧାର କାର୍ଡ ନଥିବାରୁ କୌଣସି ସରକାରୀ ସହାୟତା ପାଇ ପାରୁ ନଥିଲେ।ବର୍ତମାନ ପରିବାର ଲୋକଙ୍କ ସହାୟତାରେ ନିଜର ଆଧାର କାର୍ଡ ପ୍ରସ୍ତୁତ କରିଛନ୍ତି।ଆଜି କମଳ ମା ଙ୍କ ସହ ଅଟୋରେ ଆସି ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।ସେ ନିହାତି ଗରିବ ଶ୍ରେଣୀର ହୋଇଥିବା ସହ ଶାରୀରିକ ସମ୍ପୂର୍ଣ ଅକ୍ଷମ ଥିବାରୁ ଯାତାୟତ ରେ ନାନା ସମସ୍ୟା ଉପୁଜୁଥିଲା।ବିଡ଼ିଓ ଙ୍କୁ ଏନେଇ ଏକ ଦାବି ପତ୍ର ଦେଇଥିଲେ । ଏହାପରେ ସାଙ୍ଗେ ସାଙ୍ଗେ ବିଡ଼ିଓ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ କମଳଙ୍କୁ ଏକ ହୁଈଲ ଚେୟାର ପ୍ରଦାନ କରିଛନ୍ତି। ଏହାସହ ତାଙ୍କୁ ମାସିକ ପାଞ୍ଚ କିଲ ଚାଉଳ ରାସନ କାର୍ଡରେ ଦବା ପାଇଁ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ କମଳଙ୍କୁ ଏକ ହଜାର ଟଙ୍କା ଦିବ୍ୟାଙ୍ଗ ଭତା ମିଳୁଥିଲା।ଏବେ ଦିବ୍ୟାଙ୍ଗ ପ୍ରମାଣପତ୍ରକୁ ସଂଶୋଧନ କରି ଆଣିବା ପରେ ବର୍ଦ୍ଧିତ ଭତା ପ୍ରଦାନ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର।

Leave a Reply

Your email address will not be published. Required fields are marked *