ଲାଞ୍ଚ ପାଇଁ ଡାକ୍ତର ଙ୍କୁ ହେଲା ୩ ବର୍ଷ ଜେଲଦଣ୍ଡ ।

କନ୍ଧମାଳ , ଫୁଲବାଣୀ ସ୍ଵତନ୍ତ୍ର କୋର୍ଟ ଭିଜିଲାନ୍ସ କୋର୍ଟ ବିଚାରପତି ସମର୍ ବିଳାସ ବେହେ ରା ଏକ ଲାଞ୍ଚ କାରବାର ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ କରି ସଶ୍ରମ କାରାଦଣ୍ଡ ଦେଶ ଦେଇଛନ୍ତି ।ଖବର ମୁତାବକ ଡାକ୍ତର ନିଶିଥ ନିଶାନ୍ତ ମ।ଳୁ ତାଳଚେର ଉପଖଣ୍ଡ ଚିକିତ୍ସ।ଳୟରେ ମେଡିକାଲ୍ ଅଫିସର ଭାବେ କାର୍ଯ୍ୟ କରିବା ପୂର୍ବରୁ କନ୍ଧମାଳ ଫିରିଙ୍ଗିଆ ମେଡିକାଲ୍ ରେ କାର୍ଯ୍ୟ କରୁଥିଲେ । ୨୦୨୧ ମସିହାରେ ଜଣେ ପୁରୁଷ ସ୍ଵସ୍ଥିୟକର୍ମି ଆର୍ ସିଏମ୍ ଏବଂ ଟିଏ ବିଲ ସହିତ ଅନ୍ୟାନ୍ୟ ବିଲ ପାସ କବିବଲ।ଗି ତାଙ୍କୁ ୭୦୦୦ ଲାଞ୍ଚ ମାଗିଥିଲେ । ଏନେଇ ସଂପୃକ୍ତ ସ୍ଵସ୍ଥିୟ କର୍ମୀ ଭିଜିଲାନ୍ସ ଦ୍ବାରସ୍ଥ ହୋଇଥିଲେ । ଡ, ମ।ଳୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା । ଭିଜିଲାନ୍ସ ପକ୍ଷରୁ ଏକ ମାମଲ। ରୁଜୁ ହୋଇଥିଲା ।ତାହାରି ଶୁଣାଣି କରି ମାନ୍ୟବର ଭିଜିଲାନ୍ସ କୋର୍ଟ ଡ, ଶ୍ରୀ ମ।ଳୁ ଙ୍କୁ ଏହି ଦଣ୍ଡ ବିଧାନ ସୁଣ।ଇଥିଲେ ।

Leave a Reply

Your email address will not be published. Required fields are marked *