ରମ୍ଭା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ମରୁଡ଼ି, ଜଣେ ଛୁଟିରେ ଅନ୍ୟ ଜଣେ ଅବସର ନେଲେ
ରମ୍ଭା, ତା:୩୧/୦୩/୨୦୨୬ :ନିୟନ୍ତ୍ରଣ କରି ପାରିଲେ ନାହିଁ ଜଣେ ଡେପୁଟେସନ ଡ଼ାକ୍ତର, ଘଣ୍ଟା ଘଣ୍ଟା ଅପେକ୍ଷା କରି ନିରାଶ ହୋଇ ଫେରିଲେ ରୋଗୀ ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର ମରୁଡ଼ି ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଏହା ରମ୍ଭାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗ୍ରୀଷ୍ମର ପ୍ରଚଣ୍ଡ ପ୍ରକୋପର ସାମ୍ନା କରି ୫/୧୦ କିଲୋମିଟର ଦୂରକୁ ରମ୍ଭା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅନେକ ରୋଗୀ ମାଗଣା ଚିକିତ୍ସା ସେବା ନପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି ।ଦୁଇ ମେଡିକାଲ ଅଫିସର ମଧ୍ୟରୁ ଜଣେ ଛୁଟିରେ ଥିବା ବେଳେ ଅନ୍ୟ ଜଣେ ଡ଼ାକ୍ତର ଅବସର ନେଇ ସାରିଛନ୍ତି ।ସୋମବାର ଦିନ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜଣେ ଡ଼ାକ୍ତର ରମ୍ଭା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡେ଼ପୁଟିସେନରେ ଆସିଥିବା ବେଳେ ରୋଗୀଙ୍କ ଲମ୍ବା ଲାଇନ ଫଳରେ ଉକ୍ତ ଡାକ୍ତର ଜଣଙ୍କୁ ବହୁତ ସମସ୍ୟା ହୋଇଥିବା ଜଣାପଡିଛି ।୧୨.୪୫ ମିନିଟରେ ଖାଇବା ସମୟ ଅପରାହ୍ନ ଦୁଇଟା ସମୟରେ ଆସିବି ବୋଲି କହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚାଲି ଯାଇଥିବା ଅପେକ୍ଷା କରିଥିବା ରୋଗୀମାନେ ଅଭିଯୋଗ କରିଛନ୍ତି ।ଯାହାଫଳରେ ରୋଗୀମାନେ ଘଣ୍ଟାଘଣ୍ଟା ସମୟ ପର୍ଯ୍ୟନ୍ତ ଡେପୁଟେସନରେ ଆସିଥିବା ଡାକ୍ତରଙ୍କୁ ଅପେକ୍ଷା କରିବାକୁ ପଡ଼ିଥିବା ରୋଗୀମାନେ କହିଛନ୍ତି । ରମ୍ଭା ଏନଏସିରେ ଥିବା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରମ୍ଭା ଏନଏସିର ୧୩ଟି ୱାର୍ଡ ସମେତ ଗଂଜାମ ବ୍ଲକର ୬ଟି ପଞ୍ଚାୟତ ଓ ଖଲ୍ଲିକୋଟ ବ୍ଲକର ୪ଟି ପଞ୍ଚାୟତ ନିର୍ଭରଶୀଳ ।ଦୈନିକ ସାମାନ୍ୟ ଜ୍ୱର,କାଶ,ଯନ୍ତ୍ରଣା,ବିପି, ଡାଇବେଟିସ ,ସଡ଼କ ଦୃଘଟଣା ଭଳି ଶତାଧିକ ରୋଗୀ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ପାଇଁ ଆସୁଛନ୍ତି । ପୂର୍ବରୁ ଦୁଇ ଡ଼ାକ୍ତର ନିୟୋଜିତ ଥିଲେ ।ସେଥିମଧ୍ୟରୁ ଜଣେ ଆୟୁଷ ଡ଼ାକ୍ତର ।ରମ୍ଭା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରୋଗୀ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଡ଼ାକ୍ତର ନିଅଣ୍ଟ ପଡୁଥିଲା । ଅନ୍ୟ ଜଣେ ଡ଼ାକ୍ତରଙ୍କ ଅବସରକୁ ନେଇ ଚିନ୍ତା ବଢ଼ାଇ ଦେଇଛି । ନିକଟ ସରକାରୀ କ୍ବାଟରରେ ବରିଷ୍ଠ ଡ଼ାକ୍ତର ରହୁଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ରାତ୍ର ଚିକିତ୍ସାସେବା ଯୋଗାଉଥିଲେ । ବର୍ତ୍ତମାନ ଉକ୍ତ ଡ଼ାକ୍ତର ଜଣଙ୍କ ରିଟାର୍ଡ ହେବା ପରେ ରମ୍ଭାବାସୀଙ୍କୁ ବହୁତ ବଡ଼ ସମସ୍ୟା ହୋଇପାରେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଯଦି ତୁରନ୍ତ ଡ଼ାକ୍ତର ନିଯୁକ୍ତିକରି ଉକ୍ତ ଡ଼ାକ୍ତରଙ୍କୁ ସରକାରୀ ବାସଭବନରେ ରହିବା ପାଇଁ ବ୍ୟବସ୍ଥା ନକରାଯାଏ ତାହେଲେ ରାତ୍ର ଜରୁରୀକାଳୀନ ପରିସ୍ଥିତିରେ ଆସୁଥିବା ରୋଗୀଙ୍କ ଯନ୍ତ୍ରଣା ଜୀବନ ହାନି ଘଟିପାରେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଡ଼ାକ୍ତର ସମସ୍ୟାକୁ ନେଇ ଗଞ୍ଜାମ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିଲା ନାହିଁ । ଏଥିପ୍ରତି ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ରମ୍ଭାବାସୀ ଦାବି କରିଛନ୍ତି ।
