ଆଦିବାସୀ ସାହିତ୍ୟ ଓ ସମାଜ ସେବାରେ ସମ୍ମାନ ସୂଚକ ଡକ୍ଟୋରେଟ୍ ଉପାଧି ଲାଭ

ଆଦିବାସୀ ସାହିତ୍ୟ ଓ ସମାଜ ସେବାରେ ସମ୍ମାନ ସୂଚକ ଡକ୍ଟୋରେଟ୍ ଉପାଧି ଲାଭ————————————–ଆଦିବାସୀ ସାହିତ୍ୟିକ ଲେଖକ ଓ ସମାଜ ସେବା ପାଇଁ ଡ଼. ଠାକୁରଦାସ ହାଁସଦାଃଙ୍କୁ Ministry of MSME Govt. of India ମନୋନୀତ Iconic Peace Award Counsil, New Delhi ଦ୍ବାରା ସମ୍ମାନ ସୂଚକ ଡକ୍ଟୋରେଟ୍ ଉପାଧି ପ୍ରଦାନ କରାଯାଇଛି । ଡ଼. ହାଁସଦାଃ ନିଜସ୍ଵ ଗ୍ରାମ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ବନିକଟ ଜାନୁମଘୁଟୁ ଠାରେ । ନିଜ ଗ୍ରାମ ବିଦ୍ୟାଳୟରୁ ପାଠ ପଢା ଆରମ୍ଭ କରି ସରକାରୀ ବିଦ୍ୟାଳୟ ଚଣ୍ଡିଖୋଲ, ରାଜଧାନୀ ଏବଂ ବିଜେବି ମହାବିଦ୍ୟାଳୟ ଅଧ୍ୟୟନ କରି ରାଜଧାନୀ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ ଇଗ୍ନୋରୁ ଜର୍ନାଲିଜମ୍ ଡିଗ୍ରୀ ହାସଲ କରିଛନ୍ତି। ସେ ଜଣେ ଭଲ ଲେଖକ ସହିତ ଜଣେ ସିନେମା ତାରକା, ନାଟକ ଓ ଯାତ୍ରା ଜଗତର ମଧ୍ୟ ଅନେକ ଅଭିନୟ କରିସାରିଛନ୍ତି। ବିଭିନ୍ନ ଓଡ଼ିଆ ସିନେମା, ଧାରାବାହିକ ଓ ସାନ୍ତାଳୀ ସିନେମାରେ ସହିତ କୋରାପୁଟ ଦେଶିଆ ସିନେମା ‘ରାଜା ବାବୁ’ ର ଖଳନାୟକ ‘ରଘୁ ଦାଦା’ ଚରିତ୍ରରେ ଏବଂ କୁକୁଡ଼ା କାଟ୍ ମସଲା ବାଟ୍ ଆଲବମ୍ ର ‘ଗବ ଗବ’ ଗୀତ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା। ଓ.ଟି.ଭି ର ଓଡ଼ିଆ ଧାରାବାହିକ ‘ଆଜ୍ଞା ମାଇଡ୍ କଲେକି’ ର ତିତିଲି ବାତ୍ୟା କଥା ମନେ ଏବଂ ସନ୍ତାଳି ଆଲବମ୍ ‘ଥାଣ୍ଡା ଥାଣ୍ଡା କୁଲକୁଲ’ ଏବଂ ରବିନ୍ଦ୍ର ମଣ୍ଡପ ଠାରେ ବିଭାଗୀୟ ନାଟକରେ ଚିତ୍ତାକର୍ଷକ ଅଭିନୟ କରି ଦର୍ଶକମାନଙ୍କର ହୃଦୟ ଜିତି ପାରିଥିଲେ ।ତାଙ୍କର ଅନେକ ମୂଲ୍ୟବାନ ଲେଖା ଗୁଡିକ ଉତ୍କଳ ପ୍ରସଙ୍ଗ, ବନଜା, ସ୍ମରଣିକା ମାନଙ୍କରେ ପ୍ରକାଶିତ ହୋଇସାରିଛି । ବାସ୍ତବରେ ଡ.ଠାକୁରଦାସ ହାଁସଦାଃ ଜଣେ ଉଦୟମାନ ବହୁ ପ୍ରତିଭାର ବ୍ୟକ୍ତିତ୍ଵ ଅଟନ୍ତି । ୨୦୦୮ ମସିହାରେ ମାଲକାନଗିରି ପୈାରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନୂତନ ବସଷ୍ଟାଣ୍ଡ, ଯାତ୍ରୀ ନିବାସ ନିର୍ମାଣ ସହିତ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ନିଜ ସାନ୍ତାଳି ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ମାରାଂବୁରୁ ଆଦିବାସୀ ସାଂସ୍କୃତିକ ସଂଘ ପ୍ରତିଷ୍ଠା କରି ଏହାରି ଆନୁକୁଲ୍ୟରେ ସାନ୍ତାଳି ଭାଷା ଅଲ୍‌ଚିକି ଲିପି ଶ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ପ୍ରତିମୃର୍ତ୍ତି ସ୍ଥାପନ କରିଥିଲେ । ରାଇରଙ୍ଗପୁର ପୈାରାଞ୍ଚଳରେ ମଧ୍ୟ ସାନ୍ତାଳି ମାନଙ୍କର ଆଦିକାଳର ଲୋପ ହେଇଯାଉଥିବା ‘ଆଦିବାସୀ କାତି ଏନଜ୍ ଖେଳ’ ଆୟୋଜନ କରି ଏହାକୁ ଜୀବିତ କରିପାରିଛନ୍ତି ଏବଂ ତିନି ବର୍ଷ କାଳ ପରିଶ୍ରମ କରି ଏକ ‘କାତି ଏନେଜ୍’ ଖେଳ ପୁସ୍ତକ ରଚନା କରିଛନ୍ତି। ଡ଼. ଠାକୁରଦାସ ହାଁସଦାଃଙ୍କର ସମୁଦାୟ ୧୦ ଗୋଟି ପୁସ୍ତକ ମଧ୍ୟରୁ ୩ ଗୋଟିରେ ୪ ଗୋଟି ପୁରସ୍କାର ପ୍ରାପ୍ତ କରିଛନ୍ତି ଯଥା- ୧) ପଣ୍ଡିତ ରଘୁନାଥ ମୁର୍ମୁ ସାହିତ୍ୟ ପୁରସ୍କାର ୨) ସାଧୁ ରାମଦାସ ଟୁଡୁ ରେସ୍କା ପୁରସ୍କାର ୩) ସାହିତ୍ୟିକ ଶ୍ୟାମସୁନ୍ଦର ନାଟକ ପୁରସ୍କାର ଏବଂ ବୀର ସିଦ-କାହ୍ନୁ ସାହିତ୍ୟ ପୁରସ୍କାର ଆଦି ଅନ୍ୟତମ । ଏହା ବ୍ୟତୀତ ଓଡ଼ିଶା ସରକାରଙ୍କର ‘ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭୁବନେଶ୍ୱର ଦ୍ୱାରା ସେ ଆଦିବାସୀ କବି ଭାବରେ ସମ୍ମାନୀତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ଆର୍ଟି ଫିସିଆଲ୍ ଇଣ୍ଟିଲିଜେନ୍ସ (ଏଆଇ)ପାଇଁ ଟ୍ରିପୁଲ୍ ଆଇଟି- ହାଇଦ୍ରାବାଦ ଠାରେ କାର୍ଯ୍ୟ ସମ୍ପନ୍ନ କରିସାରିଛନ୍ତି । ସାନ୍ତାଳି ଭାଷା ବିଶେଷଜ୍ଞ ଭା‌ବେ ଏନ୍.ସି.ଇ.ଆର୍.ଟି, ନୂଆ ଦିଲ୍ଲୀ ଠାରେ ‘ଚନ୍ଦ୍ରୟାନ ମୋଡୁଲ୍’, ‘ଏକ୍ ଭାରତ୍ ଶ୍ରେଷ୍ଠ ଭାରତ୍’ ଏବଂ ‘ସାନ୍ତାଳି ପ୍ରାଇମର୍’ ପୁସ୍ତକ ପାଇଁ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *