ସାମନ୍ତରାପୁରୁ ଗ୍ରାମରେ ଦୋଳ ମେଲଣ
ଏରସମା:ଏରସମା ବ୍ଲକ ଅନ୍ତରଗତ ଚଟୁଆ ପଂଚାୟତର ସାମନ୍ତରାପୁର ଗ୍ରାମରେ ଦୋଳ ମେଲଣ ଅନୁଷ୍ଠିତ ହୋଇଯାଇଛି |ପ୍ରତିବର୍ଷ ସାମନ୍ତରାପୁର ଏକାଦଶୀ ତିଥିରେ ପ୍ରଥମ ମେଲଣ ହୋଇଥାଏ । ୧୦୦ ବର୍ଷ ରୁ ଉର୍ଦ୍ଧ ହେବ ଅନୁଷ୍ଠିତ ହେଉଥିବା ଏହି ମେଳଣରେ ୧୦ ଗୋଟି ଦୋଳ ବିମାନ ଚଟୁଆ ଛକ ମା” ତାରିଣୀ ମନ୍ଦିର ପ୍ରାଙ୍ଗଣ ଠାରୁ ପଟୁଆରେ ସାମନ୍ତରାପୁରୁ ଗୋପୀନାଥ ମନ୍ଦିର ନିକଟକୁ ଆସିଥାନ୍ତି । ଘଣ୍ଟ ଘଣ୍ଟି ବାଜା, ବାଣା , ଭଜନ କୀର୍ତନ ,ଲଉଡି ଖେଳ ସହିତ ବିରାଟ ପଟୁଆରରେ ସାମନ୍ତରାପୁର, ଚଟୁଆ, ଗବପୁର, ବିଜୁପୁରୁ , ପନାଡ଼ିଆ,ମଠ ,ବେଢୁଆ, ବଉଳାଙ୍ଗ, ବୋରିଖି , ବିମାନ ସବୁ ସାମନ୍ତରାପୁରୁ ଗୋପୀନାଥ ମନ୍ଦିର ନିକଟକୁ ଆସିଥାନ୍ତି | ଗୋପୀନାଥ ଠାକୁରଙ୍କ ନୀତି ନିୟମ ଅନୁସାରେ ଆଳତି ଧୂପ ଦୀପ ଆଳତି,ଘଣ୍ଟ,ଘଣ୍ଟି ହରିବୋଲ ହୁଳହୁଳି ସହିତ ଗୋପୀନାଥ ଠାକୁରଙ୍କ ମନ୍ଦିର ମଣ୍ଡପରେ ପଣ୍ଡିତ ରଞ୍ଜନ କୁମାର ଦାଶ ଭୋଗ ଲଗାଇ ଥାନ୍ତି।ଚଳିତ ବର୍ଷ ଏହି ମେଲଣ ବହୁ ଆଡମ୍ବର ସହିତ ପାଳନ କରାଯାଇଛି |ସାମନ୍ତରାପୁର ଗ୍ରାମର ମୁରବୀ ପ୍ରଶାନ୍ତ ତ୍ରିପାଠୀ, ସୁରେନ୍ଦ୍ର ନାଥ ରଥ,ବିଭୁତି ମିଶ୍ର,ଅମିତ୍ ରଥ,ଅଚ୍ୟୁତାନନ୍ଦ ସ୍ୱାଇଁ, ଶିବପ୍ରସାଦ ପଟ୍ଟନାୟକଙ୍କ ସହିତ ସାମନ୍ତରାପୁର ଗ୍ରାମବାସି ମାନେ ଏହି ଉତ୍ସବ କୁ ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା କରିଥିଲେ।
