ଜଗତସିଂହପୁର ଜିଲ୍ଲାର ବିର୍ତ୍ତୋଳ ଗ୍ରାମରେ ପାଳିତ ଦୋଳ ପର୍ବ*

Date-04/03/26ଜଗତସିଂହପୁର ଜିଲ୍ଲାର ବିର୍ତ୍ତୋଳ ଗ୍ରାମରେ ପାଳିତ ଦୋଳ ପର୍ବ lଭାଇଚାରା ଓ ପରମ୍ପରା କୁ ବଜାୟ ରଖିବା ପାଇଁ ନିଆରା ଉଦ୍ୟମ*ଗୋପାଳ ସମ୍ପ୍ରଦାୟର ଲୋକମାନେ ଉତ୍ସାହିତଆଙ୍କର- ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ର ପର୍ବ ଅନୁଷ୍ଠିତ ହୋଇ ଯାଇଛି । ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିର୍ତ୍ତୋଳ ଗ୍ରାମରେ ମହାଆଡମ୍ବର ସହିତ ଗୋପାଳ ସମ୍ପ୍ରଦାୟର ଲୋକମାନେ ପାଳନ କରିଛନ୍ତି ଏହି ଦୋଳ ପର୍ବ । ଗ୍ରାମର ଇଷ୍ଟଦେଵ ଗୋପୀନାଥ ଙ୍କୁ ସୁସଜ୍ଜିତ ବିମାନରେ ଗ୍ରାମବାସୀ ମାନେ ସ୍ୱାଗତ କରିବା ସହିତ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଛି । ଏହା ଏକ ଗଣ ପର୍ବ ନାମରେ ନାମିତ । ଏହି ପର୍ବ ପାଳନ କରାଯିବା ସହିତ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହୋଇଛି । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ପରମ୍ପରା ଚାଲି ଆସୁଥିବାବେଳେ ବେଳେ ଚଳିତ ବର୍ଷ ଧୁମଧାମରେ ପାଳନ କରାଯାଇଛି । ଦିନରେ ଗ୍ରହଣ ଥିବାରୁ ରାତିରେ ଗୋପୀନାଥ ଙ୍କୁ ସ୍ୱାଗତ କରାଯାଇ ଭୋଗ ଲାଗି କରି ଗ୍ରାମବାସୀ ମାନେ ବେଶ ଖୁସି ଥିବା କହିଛନ୍ତି । ଅପରପକ୍ଷରେ ଏହି ଉତ୍ସବରେ ସହରରେ ରହୁଥିବା ଲୋକମାନେ ଗାଁ ଆସିବା ସହିତ ଏହି ଉତ୍ସବରେ ନିଜକୁ ସାମିଲ କରିଥାନ୍ତି ।

Leave a Reply

Your email address will not be published. Required fields are marked *