ଡଲଫିନ ମିତ୍ରଙ୍କ ଚିଲିକା ପ୍ରଦର୍ଶନ ପରିଦର୍ଶନ
ପୁରୀ, ପୂର୍ବରୁ ହୋଇଥିବା ଡଲଫିନ ସଚେତନତା କାର୍ଯ୍ୟକ୍ରମରେ ଉତ୍ସାହିତ ଯୁବ ବନ୍ଧୁ ମାନଙ୍କୁ ଡଲଫିନ ମିତ୍ର ରୂପେ ବଛା ଯାଇଥିଲା। ଆଜି ଅସ୍ତରଙ୍ଗ ଓ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ସମେତ ପୂରୀ ବନଖଣ୍ଡର ଅନ୍ୟ ବନାଞ୍ଚଳରୁ ମୋଟ ୮୦ଜଣ ଡଲଫିନ ମିତ୍ର ଙ୍କୁ ଚିଲିକା ପ୍ରଦର୍ଶନ ପରିଦର୍ଶନ ନିମନ୍ତେ ନିଆଯାଇଛି। ସେଠାରେ ସେମାନେ ଡଲଫିନ ସମ୍ପର୍କ ରେ ଅଧିକ ସୂଚନା ପ୍ରାପ୍ତ କରିବେ ଓ ଆଗାମୀ ଦିନରେ ସେମାନେ ଡଲଫିନ ସୁରକ୍ଷା ଏବଂ ସଂରକ୍ଷଣ ସହାୟକ ହେବେ। ଗୁରୁବାର ସକାଳେ ବସ୍ ଯୋଗେ ଡଲଫିନ ମିତ୍ର ଙ୍କୁ ଅସ୍ତରଙ୍ଗ, କୋଣାର୍କ ଓ ପୁରୀରୁ ଚିଲିକା ନିଆ ଯାଇଥିଲା।
