ଡଲଫିନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଅସ୍ତରଙ୍ଗ,୨୨/୦୩- ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ଡାଲୁଆକଣୀ ଠାରେ ମତ୍ସ୍ୟଜୀବୀ ମାନଙ୍କୁ ନେଇ ଡଲଫିନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜାହାନିଆଁ ବେଳାଭୂମି ଠାରେ ପର୍ଯ୍ୟଟକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ରେଞ୍ଜ ଅଧିକାରୀ ମିସ୍ ମନୋଲିସା ମହାପାତ୍ରଙ୍କ ନେତୃତ୍ବରେ ତିନୋଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ମାର୍ଚ୍ଚ ମାସ ଅଲିଭ ରିଡଲେ କଇଁଛ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥିବା ବେଳେ ଡଲଫିନ ସଂରକ୍ଷଣ ପାଇଁ ଉନ୍ନତ ଡାଟା ବେସ୍ ପ୍ରସ୍ତୁତି ପାଇଁ କାମ କରୁଥିବା ମତ୍ସ୍ୟଜୀବୀ ସମ୍ପ୍ରଦାୟର ଡଲଫିନ ମିତ୍ରମାନଙ୍କୁ ବଛା ଯାଇଛି। ଡଲଫିନ ଓ ଅଲିଭ ରିଡ଼ଲେ କଇଁଛଙ୍କ ନିମନ୍ତେ ସେମାନଙ୍କୁ ନେଇ ବ୍ୟାପକ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ମିସ୍ ମହାପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *