ରଘୁନାଥପୁର ରେ ଘରୋଇଗ୍ୟାସ କଳାବଜାରି।
ରଘୁନାଥପୁର ତା ୨୬/୩:-ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଭିଷିକା ମଧ୍ୟରେ ସାରାବିଶ୍ୱ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବାବେଳେ। ଭାରତରେ ଏଲପିଜିଗ୍ୟାସ ସଂଙ୍କଟ ସୣଷ୍ଟିହୋଇଛି।ଏହି ଏଲପିଜି ଗ୍ୟାସ ସାଧାରଣ ଲୋକମାନେ କିପରି ସୁବିଧାରେ ପାଇପାରିବେ ସେଥିପାଇଁ କେନ୍ଦ୍ରସରକାର ଏଲପିଜି କୁ ସୁପରିଚାଳନା କରି ଏଥିରେ କିଛି ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି। ଘରୋଇ ଇନ୍ଧନ କୁ ହୋଟେଲବ୍ୟବହାର ପାଇଁ ସମ୍ଫୁର୍ଣ୍ଣ ନିଶେଷଧ କରାଯାଇଛି।ହେଲେ ରଘୁନାଥପୁର ଅଞ୍ଚଳରେଥିବା ଏଚପି ଗ୍ୟାସ ଓ ଭାରତ ଗ୍ୟାସ ଏଜେନସି ମାନେ ଗ୍ରାହକୁ ମାନଙ୍କୁ ଗ୍ୟାସ ଦେବାରେ ହଇରାଣ ହରକତ କରି ହୋଟେଲ ମାନଙ୍କୁ ଚଢାଦରରେ ବିକ୍ରିକରୁଥିବା ଅଭିଯୋଗ ହେଉଛି।ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରଘୁନାଥପୁର ଏଚପି ଗ୍ୟାସରେ ଏଜେନସି ରେ। ତାରପୁର ଗ୍ରାମର ଲୋଭାବତୀ ମଲ୍ଲିକ ଙ୍କ ନାମରେ ଏଠାରେ ଏକ ଉଜାଲା ଗ୍ୟାସ ସଂଯୋଗ ବହିରହିଛି ଯାହାର ଉପଭୋକ୍ତା ନଂ୬୧୨୬୨୬,ଏହି ଉପଭୋକ୍ତା ଜଣକ ଗ୍ୟାସ ନେବାପାଇଁ ଏଚପିଗ୍ୟାସ କାଉଣ୍ଟର କୁ ଆସିଥିଲେ।

ସେଠାରେ ଗ୍ୟାସ କାଉଣ୍ଟର ରେ ଥିବା ବ୍ୟକ୍ତି ଚଞ୍ଚକତା କରି ଉକ୍ତ ବ୍ୟକ୍ତି ଙ୍କ ଠାରୁ ମୋବାଇଲ ମାଗି ଗ୍ୟାସ ବୁକିଙ୍ଗ କରିଦେଇଥିଲେଏବଂ ମୋବାଇଲକୁ ମଧ୍ୟ ମେସେଜ ଆସିଥିଲା ଗ୍ୟାସ ବୁକିଙ୍ଗହେଲା ବୋଲି।ହେଲେ ଏଜେନସି ଗ୍ୟାସ ଦେଇନଥିଲେ।ବାରମ୍ବାର ଗ୍ୟାସ କାଉଣ୍ଟର କୁ ଦୈଡିଦୈଡି ନୟାନ୍ତ ହେଲେ ବି ବ୍ୟକ୍ତି ଜଣକ ଗ୍ୟାସ ନପାଇ ବାଧ୍ୟହୋଇ ଗଣମାଧ୍ୟମରେ ଅଭିଯୋଗ କରିଥିଲେ।ଏଠାରେ ଏହିପରି ଶହଶହ ବ୍ୟକ୍ତି ଠକେଇ ସିକାର ହେଉଥିବାବେଳେ ହୋଟେମାନଙ୍କରେ ପ୍ରଚୁର ଗ୍ୟାସ ସିଲିଣ୍ଡର ମହଜୁଦ ରହିଥିଲେ ମଧ୍ୟ ଯୋଗାଣ ବିଭାଗ ନିରବତାକୁ ନେଇ ଗ୍ରାହକ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଯଦିରଘୁନାଥପୁର ଠାରେ ଗ୍ୟାସ କଳାବଜାରୀ କୁ ଯୋଗାଣ ବିଭାଗ ପକ୍ଷରୁ ରୋକାନଯାଏ ତେବେ ଗ୍ରାହକମାନେ ଆନ୍ଦୋଳନ କୁ ଓଲ୍ଲାଇ ବେ ବୋଲି କଡା ଚେତାବନୀ ଦେଇଛନ୍ତି।
