କିଛି ଦେଇ ନାହଁ ବୋଲି

             କିଛି ଦେଇ ନାହଁ ବୋଲି
           ( ରାଗ — ନଳିନୀ ଗୌଡ଼ା )

   🖊️କବିରତ୍ନ ନୂତନ କୁମାର ବେହେରା

କିଛି ଦେଇ ନାହଁ ବୋଲି
                   କହୁ ନାହିଁ ମୁହଁ ଖୋଲି,
ଅଛି ମୋର ହାତ ଖାଲି
             ପ୍ରଣମେ ଯୋଡ଼ି ପାପୁଲି।୦।

ତୁମେ ପ୍ରଭୁ ଦୟାମୟ
                   ସଂସାର ଯେ ମଧୁମୟ,
ଜୀବନୁ ଦୂରାଅ ଭୟ
                 ରଖ ସଦା ନିରାମୟ।୧।

ତୁମେ ଦେଇଛ ଜୀବନ
                      ଆସିଛି ମର୍ତ୍ତ୍ୟ ଭୁବନ,
ଆଖିରେ ଦେଖେ ସପନ
                କର୍ମରେ କରେ ପୂରଣ।୨।

ପ୍ରକୃତିର ମୁକ୍ତ ବାୟୁ
                      ବଞ୍ଚାଇ ବଢ଼ାଏ ଆୟୁ ,
ଖାଦ୍ୟ ବସ୍ତ୍ର ଜଳ ସବୁ
               ଦେଇଛ ହେ ମହାବାହୁ।୩।

ଅଳସୁଆ ହେଲେ ବସି
                       ହଜିଯାଏ ମନୁ ଖୁସି,
ଅଜ୍ଞାନେ ରହିଲେ ରୁଷି
                  ଅଭିମାନ ଦିଅ ନାଶି।୪।

ବୁଦ୍ଧି ବିବେକେ ବିଚାରି
                     ଚାଲୁଛି ମୁଁ କର୍ମ କରି,
ତୁମେ ରକ୍ଷକ ସବୁରି
                  ସତ୍ୟ ପଥେ ନିଅ ଧରି।

କରୁନି କିଛି ଆପତ୍ତି
               ତୁମେ ପ୍ରଭୁ ମୋ ଶକତି,
ମାନି ତୁମ ନ୍ୟାୟ ନୀତି
              କରେ ତୁମକୁ ଭକତି।୬।

ତୁମ ନାମ କରେ ଜପ
                 ଧ୍ୟାନ ଧାରଣାରେ ତପ,
ଘୁଞ୍ଚାଅ ମନର ଚାପ
             କ୍ଷମା କରି ନାଶ ପାପ।୭।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *