ଆସନ୍ତା ୧୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦୋଳପୂର୍ଣ୍ଣମୀ ନୀତି

ଆସନ୍ତା ୧୯ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଦୋଳପୂର୍ଣ୍ଣମୀ ନୀତି। ଏଥିପାଇଁ ଆଜି ନୀଳାଦ୍ରି ଭକ୍ତ ନିବାସରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଆସନ୍ତା ଦୋଳପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି।ଆସନ୍ତା ୨୪ ଓ ୨୫ ତାରିଖ ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣମୀ ନୀତି ଉପରେ ମୋହର ମାରିଛି ଛତିଶା ନିଯୋଗ ।୨୪ ଓ ୨୫ ତାରିଖ ରାତି ୩ ଟା ରେ ଶ୍ରୀମନ୍ଦିର ଦ୍ଵାର ଫିଟି ଅନ୍ୟାନ୍ୟ ନୀତି କାନ୍ତି ହେବ ।୨୫ ତାରିଖ ଦୋଳପୂର୍ଣ୍ଣମୀ ଦିନ ଦୋଳବେଦୀ ଉପରେ ସ୍ଵତନ୍ତ୍ର ନୀତି କାନ୍ତି ହେବ ।ଠିକ୍ ସମୟରେ ନୀତି ସଂପାଦନ ସହ ଭକ୍ତ କିଭଳି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।ସେହିପରି ଆସନ୍ତା ଗ୍ରୀଷ୍ମପ୍ରବାହ ଓ ଖରାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ନିମନ୍ତେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ହେବ ।ସେହିପରି ବଡ଼ଦାଣ୍ଡରେ ପେଣ୍ଟିଂ ସହ ସେଡ୍ ବ୍ୟବସ୍ଥା ହେବ ।ବୈଠକ ପରେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏ ନେଇ ସୂଚନା ଦେଇଛନ୍ତି ।ଛତିଶା ନିଯୋଗ ବୈଠକ ପୂର୍ବରୁ ନୀତି ସବକମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ପୁରୀ ଜିଲ୍ଲାପାଳ,, ପରିଚାଳନା କମିଟିର ସଦସ୍ୟ,ନୀତି ସବକମିଟି ସଦସ୍ୟ ଉପସ୍ଥିତ ଥିଲେ।ବିଭିନ୍ନ ବ୍ୟାଙ୍କ୍ କୁ ବିଡିଂ ମଗାଯାଇଛି।ସର୍ବାଧିକ ବିଡିଂ ଦେଇଥିବା ବ୍ୟାଙ୍କରେ ଭକ୍ତ ଦାନ ଦେଇଥିବା ଦାନ ଅର୍ଥ ଜମା ରହିବ ।ବୈଠକରେ ବରିଷ୍ଠ ସେବାୟତ ତଥା ଛତିଶାନିଯୋଗ ସଦସ୍ୟ ତଥା ପୂର୍ବତନ ପରିଚାଳନା କମିଟିର ସଦସ୍ୟ ସ୍ୱର୍ଗତଃ ରଜତ୍ ପ୍ରତିହାରୀଙ୍କ ମୃତ୍ୟକୁ ନେଇ ନିରବ ପ୍ରାର୍ଥନା ସହ ଶୋକ ପ୍ରକାଶ କରାଯାଇଥିଲା।ବାଇଟ୍ ୧- ସମର୍ଥ ବର୍ମା,ଅତିରିକ୍ତ ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପ୍ରଶାସନବାଇଟ୍ ୨- ଗୌରହରି ପ୍ରଧାନ ,ଛତିଶା ନିଯୋଗ ସଦସ୍ୟ ବାଇଟ୍ ୩- ତଳୁଛ ନୀଳକଣ୍ଠ ମହାପାତ୍ର,ବରିଷ୍ଠ ସେବାୟତ

Leave a Reply

Your email address will not be published. Required fields are marked *