ବାଲିଗୁଡା ରେ ମହାଆଡ଼ମ୍ବର ସହ ଶାନ୍ତି ଶୃଙ୍ଖଳା ରେ ସରିଲା ଦଶହରା ପୂଜା

ବାଲିଗୁଡା 25/0/23ବାଲିଗୁଡା ରେ ଦୁର୍ଗାପୂଜା ପାଇଁ ସହର ରେ ମହା ଆଡ଼ମ୍ବର ରେ ପାଳିତ ହେଉଛି | ସହର ର ସର୍ବ ପୁରାତନ ମଣ୍ଡପ ବାଲିଗୁଡା ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ଆଡମ୍ବର ସହକାରେ ପାଳିତ ହୋଇଛି |ଦଶହରା ପୂଜା ଅନୁଷ୍ଠିତ ହୋଇଛି |ସେହିପରି ନୁଆସାହି ସ୍ଥିତ ମା ଦୁର୍ଗା ଦେବୀ ଙ୍କ ପୀଠ ରେ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେଇଛି | ସେହିପରି ବିଦ୍ୟୁତ ବିଭାଗ, ବରାଳବେଵୀ ପୀଠ ରେ ମଧ୍ୟ ଦୁର୍ଗାପୂଜା ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପାଳିତ ହେଉଛି |ଶ୍ରଦ୍ଧାଳୁ ଭକ୍ତମାନଙ୍କର ପୀଠ ଓ ମଣ୍ଡପ ରେ ଦର୍ଶନ ପାଇଁ ଗହଳି ପରିଲକ୍ଷିତ ହେଉଛି |

ବିଭିନ୍ନ ରଙ୍ଗବେରଙ୍ଗ ଆଲୋକ ମାଳା ରେ ପୂଜାମଣ୍ଡପ ଗୁଡିକ ସଜିତ ହୋଇଛି | ସେହିପରି ବିଭିନ୍ନ ପୂଜା ମଣ୍ଡପ ଗୁଡିକ ରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି | ସେଇଭଳି କୋଟଗଡ଼, ତୁମୁଡିବନ୍ଧ, ଦାରିଙ୍ଗବାଡି ,ଓ ବାଲିଗୁଡା ନୁଆସାହି ର ମହାଭାରତ ନାଟକ ମଞ୍ଚସ୍ତ ହୋଇଛି |ବିଜୟା ଦଶମୀ ରେ ମିନି ଷ୍ଟାଡିଅମ ରେ ରାବଣ ପୋଡି ଅନୁଷ୍ଠିତ ହୋଇଛି |ବିଭିନ୍ନ ଅଞ୍ଚଳ ରୁ ଦେଖିବାକୁ ଜନସାଧାରଣ ଙ୍କ ଆଗମନ ହୋଇଛି |ବାଲିଗୁଡା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହିତ ଦାୟିତ୍ୱ ନେଇ ଦଶହରା ପର୍ବ ପାଳିତ ହୋଇଛି |

ବାଳିଗୁଡ଼ାରୁ ଭବାନି ଶଙ୍କର ଜେନା reporter

Leave a Reply

Your email address will not be published. Required fields are marked *