ଯୌତୁକ ନିରୋଧ ଆଇନ କର୍ମଶାଳା ଅନୁଷ୍ଠିତ

ଯୌତୁକ ନିରୋଧ ଆଇନ କର୍ମଶାଳା ଅନୁଷ୍ଠିତ
ପୁରୀ ୧୯/୧୧ ଯୌତୁକ ଏକ ସାମାଜିକ ବ୍ୟାଧି।ଏହା ସମାଜ ପାଇଁ ଏକ କଳଙ୍କ ସଦୃଶ୍ୟ।ବ୍ୟାପକ ସଚେତନତା ଦ୍ଵାରା ହିଁ ଏହାର ନିରାକରଣ ସମ୍ଭବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଯୌତୁକ ନିରୋଧ ଆଇନ ୧୯୬୧ ସମ୍ପର୍କରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିବା ସହ ଏହି ସାମାଜିକ କଳଙ୍କ କୁ ସମାଜ ରୁ ଦୂରେଇବା ଆମ ସମସ୍ତ ଙ୍କ ଦାୟିତ୍ୱ ବୋଲି କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୌତୁକ ର ସଂଜ୍ଞା ବର୍ତ୍ତମାନ ବଦଳିବାରେ ଲାଗିଛି ବୋଲି କହିଥିଲେ।ଝିଅ କୁ ଉପହାର ଦିଆଯାଉଛି ବୋଲି ସଫେଇ ଦିଆଯାଇ ଏହା ଯୌତୁକ ପର୍ଯ୍ୟାୟ ଭୁକ୍ତ ନୁହେଁ ବୋଲି ଦର୍ଶାଯାଉଛି।ଆଇନତଃ ଯୌତୁକ ଦେବା ଓ ନେବା ଉଭୟ ବେଆଇନ।ଏ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ସହ ଯୌତୁକ କୁ ହଟାଯାଇ ଏକ ଯୌତୁକ ବିହୀନ ସୁନ୍ଦର ସମାଜ ଗଠନରେ ସମସ୍ତେ ସହାୟକ ହେବାକୁ ସେ ଅନୁରୋଧ କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଡିଏସପି ସସ୍ମିତା ବେହେରା, ବିଷୟ ବିଷାରଦ ତଥା ଅଧିବକ୍ତା ମୋହନ ସୁନ୍ଦର ଜେନା, ଶୁଭ୍ରାନ୍ତ କୁମାର ମିଶ୍ର, ତପନ କୁମାର ପ୍ରମୁଖ ଯୋଗ ଦେଇ ଯୌତୁକ ର ସଂଜ୍ଞା, କାରଣ, ନିରାକରଣ,ଅଭିଯୋଗ ପ୍ରକ୍ରିୟା, ସମାଧାନ ବ୍ୟବସ୍ଥା,ଆଇନ ର ବ୍ୟବସ୍ଥା,କ୍ଷତିଗ୍ରସ୍ତ ଙ୍କୁ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ତେବେ ପାରସ୍ପରିକ ସମନ୍ୱୟ, ସହଯୋଗ, ସୁସ୍ଥ ସହାବସ୍ଥାନ ଓ ବୁଝାମଣା ଦ୍ଵାରା ଦାମ୍ପତ୍ୟ ଜୀବନ ଓ ଉଭୟ ପରିବାର ଖୁସି ରେ ରହିପାରିବେ ବୋଲି ସମସ୍ତେ ମତ ଦେଇଥିଲେ।ଲୋପିତା ମିଶ୍ର, ମୈତ୍ରୀ ସ୍ବାଇଁ ପଞ୍ଜିକରଣ ରେ ସହଯୋଗ କରିଥିବା ବେଳେ ସୁରକ୍ଷା ଅଧିକାରୀ ସୁହାଗୀ ହେମ୍ରମ, ଚନ୍ଦ୍ରପ୍ରଭା ଦେଇ,ସୁପରଭାଇଜର ବାଲ୍ୟବତୀ ମହାନ୍ତି ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।ଏଥିରେ ସିଡିପିଓ, ସୁପରଭାଇଜର, ୱ୍ବାନ ଷ୍ଟପ ସେଣ୍ଟର ର କର୍ମକର୍ତ୍ତା, ସ୍ବେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *