ମହା ଆଡମ୍ବର ରେ ପାଳନ ହେଲା ଡ଼. ଆମ୍ବେଦକର ଙ୍କ ଜୟନ୍ତୀ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ୧୪ ଏପ୍ରିଲ ଡା. ବାବା ସାହେବ ଭୀମ ରାଓ ରାମଜୀ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଆଡମ୍ବର ସହ ପାଳନ କରାଯାଇଛି।ଏହି ପରିପେକ୍ଷୀରେ ବ୍ଲକ ଅନ୍ତର୍ଗତ ଟିକିରି ଠାରେ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ବିରାଟ ସଭାଯାତ୍ରା ଦେଖିବାକୁ ମିଳିଥିଲା।ପ୍ରଥମେ ଦୁଡ଼କା ବାହାଲ ଟଟା ଗୁଡା ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଲ୍ୟାର୍ପଣ କରି ଏକ ବିରାଟ ଜନ ସମାଗମ ରେ ପାରମ୍ପରିକ ବାଦ୍ୟ ନୃତ୍ୟ କରି ଟିକିରି ସହରାଞ୍ଚଳଟି କୁ ଏକ ଉତ୍ସବ ମୁଖର ମୁହୂର୍ତ୍ତ ରେ ପରିଣତ କରିଥିବା ଦେଖବାକୁ ମିଳିଥିଲା।ଉକ୍ତ ଜଣସମାଗମ ପୁଣି ଟିକିରି ଠାରୁ ତିନି କିଲୋମିଟର ପର୍ଯ୍ୟନ୍ତ ବିଳାମାଲ ଆମ୍ବେଦକର ଛକ କୁ ବିଶାଳ ପାଟୁଆରା ସହ ପହଞ୍ଚିଥିଲା।ଉକ୍ତ ସ୍ଥାନରେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ କାଶୀପୁର ବ୍ଲପର ସମସ୍ତ ରାଜନୀତି ଦଳର ରାଜନେତା, ବ୍ଲକ ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ରାଜନୀତିଜ୍ଞ,ସମାଜସେବୀ, କ୍ରାନ୍ତିକାରୀ, ସଂଗ୍ରାମୀ,ବ୍ଲକ ଡମ୍ବ ଓ ଆଦିବାସୀ ଉଭୟ ସମାଜ ର ସଭାପତି ଓ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ରାଜନୀତି ଦଳୀୟ ପାତର ଅନ୍ତର, ମତଭେଦ କୁ ଭୁଲି ଯାଇ ଏକତ୍ରିତ ଭାବେ ପୁଷ୍ପମାଲ୍ୟାର୍ପଣ କରିଥିଲେ।ଏବଂ ଆମ୍ବେଦକର ଙ୍କ ବିଚାର ଓ ତାଙ୍କର ଦଳିତ, ନିଷ୍ପେସିତ, ବଞ୍ଚିତ ସମାଜ ପ୍ରତି ଅବଦାନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ନିଜ ନିଜ ବକ୍ତବ୍ୟରେ ଅଭିଭାଷଣ ଦେଇଥିଲେ।ଏହିଭଳି ଆମ୍ବେଦକର ଜୟନ୍ତୀ ଓ ସମ୍ବିଧାନ ଦିବସ ପାଳନର ଅବସରରେ ବ୍ଲକ ର ଦଳିତ, ବଞ୍ଚିତ, SC, ST ଓ OBC ସାମ୍ପ୍ରଦାୟର ମହିଳା ପୁରୁଷ, ଯୁବକ ଯୁବତୀ, ଛାତ୍ର ଛାତ୍ରୀ ମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ଏହି ଅବସରକୁ ଏକ ଗଣପର୍ବ ଭାବେ ପାଳନ କରିବା ର ନିଆରା ଢଙ୍ଗ ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *