ଡକ୍ଟର ଏପିଜେ ଅବଦୁଲ କଲାମ ପ୍ରଫେସନାଲ ଆଚିଭର ସମ୍ମାନ ପାଇଲେ ଶିକ୍ଷକ ପ୍ରତାପ କୁମାର ପରିଡ଼ା

ଡକ୍ଟର ଏପିଜେ ଅବଦୁଲ କଲାମ ପ୍ରଫେସନାଲ ଆଚିଭର ସମ୍ମାନ ପାଇଲେ ଶିକ୍ଷକ ପ୍ରତାପ କୁମାର ପରିଡ଼ା “

ଅଦ୍ୟ ତା ୨୬-୦୮-୨୦୨୫ ରିଖ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସୁପର ଥାର୍ଟୀ ସମାରୋହ ଉତ୍ସବ ଭୁବନେଶ୍ଵର ଗୀତା ଗୋବିନ୍ଦ ସଦନ (ଜୟଦେବ ଭବନ) ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ,ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଡକ୍ଟର ଏପିଜେ ଅବଦୁଲ କଲାମ ପ୍ରଫେସନାଲ ଆଚିଭର ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରଗଲା ତତ୍ ସହ ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ଭାବରେ ଚକ୍ ଦେ ଇଣ୍ଡିଆର ସୁପର ଥାର୍ଟୀ କାର୍ଯ୍ୟକ୍ରମରେନିଜର କବିତା ଓ ବକ୍ତବ୍ୟ ରଖିଥିଲେ ଏହା କେବଳ ଭାରତର ୩୦ ଜଣ ପ୍ରତିଭାଙ୍କୁ ସମ୍ମାନିତ କରିଥିଲା। ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦାନ କରିଥିଲେ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ ଓ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।।

Leave a Reply

Your email address will not be published. Required fields are marked *