ଶୀର୍ଷକ ଜାତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର

‘‘ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କଶୀର୍ଷକ ଜାତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ରିବା – ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ’’ ଶୀର୍ଷକ ଜାତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରମାନବାଧିକାର ଦିବସ କେବଳ ଏକ ଐତିହାସିକ ଘୋଷଣାର ସ୍ମୃତିଚାରଣ ନୁହେଁ ବରଂ ଏହା ମର୍ଯ୍ୟାଦାର ଜୀବନ୍ତ ଅନୁଭୂତି ଉପରେ ବିଚାର କରିବାର ଏକ ଆହ୍ୱାନ : ଡକ୍ଟର ପି କେ ମିଶ୍ରମାନବାଧିକାର ସ୍ୱରୂପ ବଦଳି ଏଥିରେ ପ୍ରଯୁକ୍ତିବିଦ୍ୟା, ପରିବେଶ ଏବଂ ଡିଜିଟାଲ ଅନ୍ତର୍ଭୂକ୍ତିକରଣ ସାମିଲ ହୋଇଛି: ଡକ୍ଟର ପି.କେ ମିଶ୍ରଘରେ ସମ୍ମାନ, ସାମାଜିକ ସୁରକ୍ଷା, ସମାବେଶୀ ଆର୍ଥିକ ବିକାଶ ଏବଂ ଦୁର୍ବଳ ସମ୍ପ୍ରଦାୟ ପାଇଁ ନ୍ୟାୟ-ର ଚାରିଟି ସ୍ତମ୍ଭ ଜରିଆରେ ଭାରତ ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଛିଲୋକାଭିମୁଖି ପ୍ରଶାସନକୁ ବ୍ୟାପକ କରିବା, ଉତ୍ତରଦାୟୀ ଭାବେ ପ୍ରଯୁକ୍ତିର ବ୍ୟବହାର, ସଂସ୍ଥାଗତ ଦୂରଦୃଷ୍ଟିକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ଜନସେବାର ମାର୍ଗଦର୍ଶୀ ସିଦ୍ଧାନ୍ତ ରୂପେ ସମ୍ମାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କଲେ ଡକ୍ଟର ପି.କେ. ମିଶ୍ରପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ ଠାରେ ‘‘ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା – ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ’’ ଶୀର୍ଷକ ଜାତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ନିଜର ଅଭିଭାଷଣରେ ସେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ବିଶ୍ୱ ମାନବାଧିକାର ଦିବସର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ନାଗରିକଙ୍କ ସମ୍ମାନକୁ ସୁରକ୍ଷିତ ରଖିବା ଏବଂ ପ୍ରୋତ୍ସାହନ ଦେବା ଲାଗି ସାମ୍ବିଧାନିକ ଆଦର୍ଶ, ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ସାମାଜିକ ମୂଲ୍ୟବୋଧ ମିଳିତ ଭାବେ କାର୍ଯ୍ୟ କରିଥା’ନ୍ତି ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ମାନବାଧିକାର ଉପରେ ସାର୍ବଜନୀନ ଘୋଷଣାନାମା (1948)ର ଧାରା 25(1)ର ସ୍ମରଣ କରିଥିଲେ। ଏହା ଖାଦ୍ୟ, ବସ୍ତ୍ର, ବାସଗୃହ, ସ୍ୱାସ୍ଥ୍ୟସେବା, ସାମାଜିକ ସେବା ଏବଂ ବିପଦ ସମୟରେ ସୁରକ୍ଷା ସହିତ ଯଥେଷ୍ଟ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବାର ଅଧିକାର ସୁନିଶ୍ଚିତ କରିଥାଏ। ଡକ୍ଟର ମିଶ୍ର କହିଥିଲେ, ମାନବାଧିକାର ଦିବସ କେବଳ ଏକ ଐତିହାସିକ ଘୋଷଣାର ସ୍ମୃତିଚାରଣ ନୁହେଁ ବରଂ ଏହା ମର୍ଯ୍ୟାଦାର ଜୀବନ୍ତ ଅନୁଭୂତି ଉପରେ ବିଚାର କରିବାର ଏକ ଆହ୍ୱାନ। ମାନବାଧିକାର ଦିବସର ଚଳିତ ବର୍ଷର ବିଷୟବସ୍ତୁ ‘‘ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା’’, ନାଗରିକ ଗଢ଼ି ତୋଳିବାରେ ଜନସେବା ଏବଂ ବିଭିନ୍ନ ଅନୁଷ୍ଠାନଗୁଡ଼ିକର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥାଏ ବୋଲି ସେ କହିଥିଲେ।ମାନବାଧିକାରକୁ ନେଇ ସାର୍ବଜନୀନ ଘୋଷଣାନାମା ପ୍ରସ୍ତୁତ କରିବାରେ ଭାରତର ଐତିହାସିକ ଭୂମିକାକୁ ଡକ୍ଟର ମିଶ୍ର ସ୍ମରଣ କରିଥିଲେ। ବିଶେଷ କରି ସେ ଡକ୍ଟର ହଂସା ମେହତାଙ୍କ କଥା ମନେ ପକାଇଥିଲେ, ଯିଏ ଏହି ଘୋଷଣାପତ୍ରରେ ‘‘ସବୁ ଲୋକ ସ୍ୱାଧୀନ ଏବଂ ସମାନ ଭାବେ ଜନ୍ମ ନେଇଛନ୍ତି’’ ବୋଲି ସୁନିଶ୍ଚିତ କରିଥିଲେ। ଏହା ଲିଙ୍ଗଗତ ସମାନତା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ଥିଲା। ଖାଦ୍ୟ, ଜଳ, ବାସଗୃହ, ଶିକ୍ଷା ଏବଂ ନ୍ୟାୟର ଉପଲବ୍ଧତା ଜରିଆରେ ଅଧିକାର ସୁନିଶ୍ଚିତ କରାଯିବା ଆବଶ୍ୟକ ବୋଲି ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ମାନବାଧିକାରର ବିଚାର ଏବେ ନାଗରିକ ଏବଂ ରାଜନୈତିକ ଅଧିକାର ଠାରୁ ଆଗକୁ ବଢ଼ି ସାମାଜିକ, ଆର୍ଥିକ ଏବଂ ସାଂସ୍କୃତିକ ଅଧିକାର ପର୍ଯ୍ୟନ୍ତ ପହଞ୍ଚିଲାଣି। ବର୍ତ୍ତମାନ ଏହାର ସ୍ୱରୂପ ବଦଳି ଏଥିରେ ପ୍ରଯୁକ୍ତିବିଦ୍ୟା, ପରିବେଶ, ଡିଜିଟାଲ ଅନ୍ତର୍ଭୂକ୍ତିକରଣ, ପରିବେଶ ପାଇଁ ଚିନ୍ତା ଏବଂ ନୂଆ ଦୁର୍ବଳତା ସାମିଲ ହୋଇଛି। ବର୍ତ୍ତମାନ କେବଳ ସ୍ୱାଧୀନତା ଜରିଆରେ ନୁହେଁ, ବରଂ ଗୋପନୀୟତା, ସ୍ଥାନାନ୍ତର ସୁବିଧା, ସ୍ୱଚ୍ଛ ପରିବେଶ ଏବଂ ଡିଜିଟାଲ ଅନ୍ତର୍ଭୂକ୍ତିକରଣର ଉପଲବ୍ଧତା ମାଧ୍ୟମରେ ମର୍ଯ୍ୟାଦାପୂର୍ଣ୍ଣ ଜୀବନର ମୂଲ୍ୟାଙ୍କନ କରାଯାଉଛି ବୋଲି ସେ କହିଥିଲେ।ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ, ଭାରତର ସଭ୍ୟତାଗତ ଲୋକ ପରମ୍ପରାରେ ସମ୍ମାନ ଏବଂ କର୍ତ୍ତବ୍ୟକୁ ସାର୍ବଜନୀନ ଜୀବନରେ ପ୍ରାଥମିକତା ଦିଆଯାଉଥିଲା। ଧର୍ମ, ନ୍ୟାୟ, କରୁଣା ଏବଂ ସେବା ଭଳି ବିଚାର ସଚ୍ଚୋଟ ବ୍ୟବହାର ଏବଂ କଲ୍ୟାଣ ପ୍ରତି ଧ୍ୟାନ ଦେଉଥିଲା। ଅନୁରୂପ ଭାବେ ଅହିଂସା ସଂଯମତାକୁ ପ୍ରୋତ୍ସାହିତ କରୁଥିଲା। ବସୁଧୈବ କୁଟୁମ୍ବକମ୍‌ ଭଳି ବିଚାର ସମ୍ପୂର୍ଣ୍ଣ ମାନବଜାତିକୁ ଗୋଟିଏ ପରିବାର ରୂପେ ବିବେଚନା କରୁଥିଲା। ଏହି ସିଦ୍ଧାନ୍ତଗୁଡ଼ିକ ଭାରତର ସମ୍ବିଧାନ ପ୍ରସ୍ତୁତିକୁ ପ୍ରଭାବିତ କରିଥିଲା। ଫଳରେ ଏଥିରେ ସାର୍ବଜନୀନ ପ୍ରାପ୍ତବୟସ୍କ ମତାଧିକାର ଏବଂ କାର୍ଯ୍ୟକାରିତାଯୋଗ୍ୟ ଅଧିକାର ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଏବଂ କଲ୍ୟାଣକୁ ପ୍ରାଥମିକତା ଦେଉଥିବା ନିର୍ଦ୍ଦେଶାତ୍ମକ ସିଦ୍ଧାନ୍ତକୁ ସାମିଲ କରାଯାଇଥିଲା।2014 ପୂର୍ବ ଦଶନ୍ଧି ସମୟକୁ ମନେ ପକାଇ ଡକ୍ଟର ମିଶ୍ର କହିଥିଲେ, ଶିକ୍ଷାଧିକାର ଆଇନ, ଏମଜିଏନଆରଇଜିଏ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଭଳି ଆଇନ ଜରିଆରେ ବିକାଶ ଲାଗି ଏକ ଅଧିକାର ଆଧାରିତ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ତେବେ, ପ୍ରଭାବୀ ବିତରଣ ବିନା ଏସବୁ ପଦକ୍ଷେପର ବିଶ୍ୱସନୀୟତା କ୍ଷୂର୍ଣ୍ଣ ହୋଇଥିଲା। କିନ୍ତୁ 2014 ପରଠାରୁ ସରକାର ସମ୍ପୂର୍ଣ୍ଣତା ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବାଦ୍‌ ନପଡ଼ିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି। ‘‘କାଗଜପତ୍ରରେ ଅଧିକାର’’ ପରିବର୍ତ୍ତେ ‘‘କାର୍ଯ୍ୟକାରୀ ଅଧିକାର’’ ଆଡ଼କୁ ସରକାରଙ୍କ ଆଭିମୁଖ୍ୟ ବଦଳିଛି। ଡିଜିଟାଲ ଭିତ୍ତିଭୂମି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରା ଭଳି ପ୍ରଚାରପ୍ରସାର ଅଭିଯାନ ଏହି ଆଭିମୁଖ୍ୟକୁ ପ୍ରଭାବୀ ଢଙ୍ଗରେ ସମର୍ଥନ କରିଛି। ଦାରିଦ୍ର୍ୟ ଦୂରୀକରଣ ସବୁଠୁ ପ୍ରଭାବୀ ମାନବାଧିକାର ହସ୍ତକ୍ଷେପ ବୋଲି ସେ ଜୋର୍‌ ଦେଇ କହିଥିଲେ। ଗତ ଏକ ଦଶନ୍ଧି ମଧ୍ୟରେ 25 କୋଟି ଭାରତୀୟ ଦାରିଦ୍ର୍ୟ କବଳରୁ ମୁକ୍ତି ପାଇଛନ୍ତି। 2023-24 ବର୍ଷର ଘରୋଇ ଉପଭୋକ୍ତା ଖର୍ଚ୍ଚ ଏହାର ପ୍ରମାଣ ଦେଉଛି ବୋଲି ସେ ଉଲ୍ଲେଖ କରିଥିଲେ।ଦୈନନ୍ଦିନ ଆବଶ୍ୟକତାକୁ ସୁରକ୍ଷିତ ରଖିବା ପାଇଁ ଘରେ ସମ୍ମାନ, ସାମାଜିକ ସୁରକ୍ଷା, ସମାବେଶୀ ଆର୍ଥିକ ବିକାଶ ଏବଂ ଦୁର୍ବଳ ସମ୍ପ୍ରଦାୟ ପାଇଁ ନ୍ୟାୟ ଆଦି ଚାରୋଟି ସ୍ତମ୍ଭ ବିଷୟରେ ଡକ୍ଟର ମିଶ୍ର ବର୍ଣ୍ଣନା କରିଥିଲେ। ସେ କହିଥିଲେ, ପ୍ରଥମତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ, ସ୍ୱଚ୍ଛ ଭାରତ ଅଭିଯାନ, ସୌଭାଗ୍ୟ ଏବଂ ଉଜ୍ଜ୍ୱଳା ଆଦି ଯୋଜନା ବାସଗୃହ, ଜଳଯୋଗାଣ, ପରିମଳ, ବିଦ୍ୟୁତ ଏବଂ ସ୍ୱଚ୍ଛ ଇନ୍ଧନ ଯୋଗାଇ ଦେଇ ଜୀବନକୁ ପରିବର୍ତ୍ତନ କରୁଛି। ଏହା ଘରେ ସମ୍ମାନ ସୁନିଶ୍ଚିତ କରୁଛି। ଦ୍ୱିତୀୟତଃ, ସାମାଜିକ ସୁରକ୍ଷା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କୋଭିଡ ମହାମାରୀ ସମୟରେ 80 କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଇଥିଲା। ଆୟୁଷ୍ମାନ ପିଏମଜେୱାଇ ଯୋଜନା 42 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ଦେଇଛି । ବୀମା, ପେନସନ ଏବଂ ନୂତନ ଶ୍ରମ ଆଇନ ଅସଂଗଠିତ ଏବଂ ଗିଗ୍ ଶ୍ରମିକମାନଙ୍କୁ ଲାଭ ପ୍ରଦାନ କରିଛି । ମାନସିକ ସ୍ୱାସ୍ଥ୍ୟସେବା ଆଇନ ଭଳି ସଂସ୍କାର ଦୁର୍ବଳ ସମ୍ପ୍ରଦାୟ ପାଇଁ ସମ୍ମାନ ସୁନିଶ୍ଚିତ କରିଥିଲା। ତୃତୀୟତଃ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ସଶକ୍ତିକରଣ ଜରିଆରେ ସମାବେଶୀ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରାଯାଉଛି। ଜାମ୍‌ ତ୍ରୟ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରରେ ବିପ୍ଳବ ଆଣିଛି। 56 କୋଟିରୁ ଅଧିକ ଜନଧନ ଆକାଉଣ୍ଟ ବ୍ୟାଙ୍କ ସେବାରୁ ବଞ୍ଚିତ ଲୋକଙ୍କୁ ଆନୁଷ୍ଠାନିକ ଆର୍ଥିକ ସହାୟତା ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ପିଏମ୍‌ ସ୍ୱନିଧି ଭଳି ଯୋଜନା ଉଦ୍ୟୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରିଛି । ସ୍ୱୟଂ ସହାୟକ ଗୋଷ୍ଠୀ, ‘ଲକ୍ଷପତି ଦିଦି’, ବେଟୀ ବଚାଓ ବେଟୀ ପଢ଼ାଓ ଏବଂ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଐତିହାସିକ ଏକ-ତୃତୀୟାଂଶ ସଂରକ୍ଷଣ ମାଧ୍ୟମରେ ମହିଳା ସଶକ୍ତିକରଣ ମଜବୁତ ହୋଇଛି ।

ଚତୁର୍ଥତଃ, ନୂତନ ଫୌଜଦାରୀ ଆଇନ ସଂହିତା, ଫାଷ୍ଟ-ଟ୍ରାକ୍ କୋର୍ଟ, ପୋକସୋ ଆଇନ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନ ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ ପିଏମ-ଜନମନ ମାଧ୍ୟମରେ ଦୁର୍ବଳ ସମ୍ପ୍ରଦାୟଙ୍କ ପାଇଁ ନ୍ୟାୟ ଏବଂ ସୁରକ୍ଷା ସୁଦୃଢ଼ କରାଯାଇଛି। ଭେକ୍ସିନ୍‌ ମୈତ୍ରୀ ସମେତ ବିଭିନ୍ନ ମାନବୀୟ ସହାୟତା ମାନବାଧିକାରର ସାର୍ବଜନୀନ ପ୍ରସାରରେ ଭାରତର ବିଶ୍ୱାସକୁ ପ୍ରତିଫଳିତ କରିଛି।ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଜନ ଭାଗୀଦାରୀ ଆହ୍ୱାନ ଦ୍ୱାରା ପରିଚାଳିତ ହୋଇ, ସାର୍ବଜନୀନ ସେବା ପ୍ରଦାନ ଏବେ ସୁପାରିସରୁ ପ୍ରତିକ୍ରିୟା, ଯୋଜନା ପ୍ରଣୟନରୁ ମର୍ଯ୍ୟାଦା ପ୍ରଦାନ ଏବଂ ଲୋକଙ୍କୁ ହିତାଧିକାରୀ ଭାବରେ ଦେଖିବା ଠାରୁ ଊର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର କରିବା ପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇଛି। ଜାତିସଂଘ ମାନବାଧିକାର ପରିଷଦକୁ ଭାରତର ନିର୍ବାଚନ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ସମାବେଶୀ ବିକାଶ ପ୍ରତି ବିଶ୍ୱବ୍ୟାପୀ ବିଶ୍ୱାସକୁ ପ୍ରତିଫଳିତ କରୁଛି।ଦେଶ ଏବେ ବିକଶିତ ଭାରତ 2047 ଦିଗରେ ଅଗ୍ରସର ହେଉଥିବାରୁ ପରିବର୍ତ୍ତିତ ଆହ୍ୱାନଗୁଡ଼ିକୁ ନେଇ ଢାଞ୍ଚାକୁ ଗ୍ରହଣ କରିବା ଲାଗି ଡକ୍ଟର ମିଶ୍ର ଜାତୀୟ ମାନବାଧିକାର ଆୟୋଗକୁ ଅନୁରୋଧ କରିଥିଲେ। ଜଳବାୟୁ ପରିବର୍ତ୍ତନ, ପରିବେଶଗତ ନ୍ୟାୟ, ତଥ୍ୟ ସୁରକ୍ଷା, ଆଲଗୋରିଦମିକ୍ ନିରପେକ୍ଷତା, ଦାୟିତ୍ୱପୂର୍ଣ୍ଣ ଏଆଇ, ଗିଗ୍ କାମର ଦୁର୍ବଳତା ଏବଂ ଡିଜିଟାଲ୍ ନିରୀକ୍ଷଣକୁ ପ୍ରମୁଖ ଚିନ୍ତା ରୂପେ ସେ ଉଲ୍ଲେଖ କରିଥିଲେ।ଶେଷରେ, ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ, ସୁଶାସନ ହେଉଛି ଏକ ମୌଳିକ ଅଧିକାର, ଯାହା ଦକ୍ଷତା, ସ୍ୱଚ୍ଛତା, ଅଭିଯୋଗ ସମାଧାନ ଏବଂ ସମୟୋଚିତ ସେବା ଯୋଗାଣ ଦ୍ୱାରା ପରିଭାଷିତ ହୋଇଥାଏ। ସେ ବାସଯୋଗ୍ୟ ସହର ଏବଂ ଜୀବନ୍ତ ଗ୍ରାମକୁ ନେଇ ଏକ ଆଧୁନିକ, ସମାବେଶୀ ରାଷ୍ଟ୍ରର ପରିକଳ୍ପନା କରିଥିଲେ। ଏଥିସହିତ ନାଗରିକ-କୈନ୍ଦ୍ରିକ ଶାସନ, ଦାୟିତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଏବଂ ସମସ୍ତଙ୍କ ପାଇଁ ମର୍ଯ୍ୟାଦା, ନ୍ୟାୟ ଏବଂ ବିକାଶ ସୁନିଶ୍ଚିତ କରିବା ଲାଗି ସାମୂହିକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।

Leave a Reply

Your email address will not be published. Required fields are marked *