ଡ୍ରେନେଜରେ ନିସ୍କାସନ ହେଉଛି ଜଳ
ଡ୍ରେନେଜରେ ନିସ୍କାସନ ହେଉଛି ଜଳ।(ବଦନାମ କରୁଛନ୍ତି ସରକାରୀ ଜାଗା ଜବର ଦଖଲ କାରୀ)କୁଜଙ୍ଗ:ବଦଳିଛି ସରକାର ବଦଳୁଛି ଓଡ଼ିଶା,ହେଲେ ବଦଳୀ ନାହାଁନ୍ତି କେତେକ ସରକାରୀ ଜାଗା ଜବର ଦଖଲ କାରୀ।ପରିବର୍ତ୍ତନ ହେଉଛି ଗ୍ରାମାଞ୍ଚଳର ରୂପ ରେଖ।ମାତ୍ର ବିକାଶ ପଥେ କଣ୍ଟା ସାଜିଛନ୍ତି ଜବର ଦଖଲ କାରୀ।ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପାଟପୁର ପଞ୍ଚାୟତ ୧୪ନଂ ୱାର୍ଡ଼ ବଉଳାଙ୍ଗ ଗ୍ରାମରେ।ତେବେ ଆର୍ଥିକ ବର୍ଷ ୨୦୨୩-୨୪ରେ ଗାଁ ରାସ୍ତାରେ ଜମି ରହୁଥିବା ଜଳ ନିସ୍କାସନ ନିମନ୍ତେ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓଡ଼ିଶା ପକ୍ଷରୁ ୪ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମୂଲ୍ୟରେ ଏକ ଡ୍ରେନେଜ୍ ନିର୍ମାଣ କରାଯାଇଥିଲା।ଏହି ଡ୍ରେନେ ଟି ବଉଳାଙ୍ଗ ଗ୍ରାମର ୧୪ନଂ ୱାର୍ଡ଼ ଦାସ ସାହି ଠାରୁ ସସାଂନ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ବେଳେ ରାସ୍ତାରେ ଜମି ରହୁଥିବା ଜଳ ସଠିକ୍ ଭାବେ ନିସ୍କାସନ ହେଉଛି।ମାତ୍ର ଗାଁର ବିକାଶ ହେଉଥିବା କାର୍ଯ୍ୟକୁ ସହଯୋଗ ନକରି ସରକାରୀ ଜାଗାକୁ ନିଜ ଅତିଆରରେ ରଖିବା ପାଇଁ ଗ୍ରାମର ଚନ୍ଦ୍ରକାନ୍ତ ନାୟକ ଦାମୋଦର ଦାସଙ୍କୁ ଅଶୀଳ ଭାଷାରେ ଗାଳିଗୁଲଜ ଘଟଣା ନେଇ କବି ଅରକ୍ଷିତ ପରିଜା ଘୋର ନିନ୍ଦା କରିବା ସହ ପୂର୍ବରୁ ହୋଇଥିବା ଡ୍ରେନ ଓ ବର୍ତ୍ତମାନ ନିର୍ମିତ ହୋଇଥିବା ଡ୍ରେନରେ କେତେ ଫରକ୍ ତାହା ଏହି ଚିତ୍ରରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଓ ଆଗାମୀ ଦିନରେ ଏହି ଜବର ଦଖଲ କାରୀଙ୍କୁ ଉଚ୍ଛେଦ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
