ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ଆଗାମୀ ୭୬ତମ ସାଧାରଣତନ୍ତ୍ର ଦିବସ ୨୦୨୫ କୁ ଭଦ୍ରକ ଜିଲାସ୍ତରରେ ପାଳନ କରାଯିବା ନିମନ୍ତେ ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଦିନ ପୂର୍ବାହ୍ନରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତି ଭବନରେ ଆୟୋଜିତ ଏହି ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ଦୁଇଟି ବର୍ଗରେ ଆୟୋଜନ କରାଯାଇଥିଲା । ସମୁଦାୟ ୫୫ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ ଏହି କାର୍ଯ୍ୟକ୍ରମର ପୃଷ୍ଠପୋଷକ ଭାବେ ଦାୟିତ୍ୱ ବହନ କରିଥିବା ଭଦ୍ରକାଳୀ ଲାୟନ୍ସ କ୍ଲବ୍ ଡିଭାଇନର ସଭାପତି ପଦ୍ମନ ରାୟଙ୍କ ମିଳିତ ତତ୍ୱାବଧାନରେ ଏହି ପ୍ରତିଯୋଗିତା ପରିଚାଳନା କରାଯାଇଥିଲା ।

ଭଦ୍ରକ ଆର୍ଟ କଲେଜର ଅଧ୍ୟକ୍ଷ ମନୋଜ ଭଟ୍ଟାଚାର୍ଯ୍ୟ, ଅଧ୍ୟାପକ ଅଶ୍ୱିନୀ କୁମାର ପଣ୍ଡା ନାରାୟଣ ଚନ୍ଦ୍ର ବେହେରା ପ୍ରମୁଖ ଚିତ୍ରାଙ୍କନର ମୂଲ୍ୟାୟନ କରିଥିଲେ । କନିଷ୍ଠ ବର୍ଗରେ ମଂଜୁଳ ମଂଜରୀ ସରସ୍ୱତୀ ଶିଶୁମନ୍ଦିରର ଜ୍ୟୋତିପ୍ରକାଶ ସେଠୀ ପ୍ରଥମ, ସେଂଟ ଜାଭିୟର ସ୍କୁଲର ଦୀକ୍ଷାସ୍ମିତା ସାମନ୍ତରାୟ ଦ୍ୱିତୀୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକର ଅର୍ଚ୍ଚିତା ପ୍ର୍ରିୟଦର୍ଶନୀ ବେହେରା ଏବଂ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅନୁଶ୍ରୀ ଦାସ ଯୁଗ୍ମ ତୃତୀୟ ହୋଇଥିଲେ । ସେହିଭଳି ବରିଷ୍ଠ ବର୍ଗରେ କେସି ହାଇସ୍କୁଲର ସୌରଭ ମାଝୀ ପ୍ରଥମ, ସେଂଟ ଜାଭିଅର ହାଇସ୍କୁଲର ଆଲିସା ଶତପଥୀ ଦ୍ୱିତୀୟ, ସେଂଟ ଜାଭିୟର ହାଇସ୍କୁଲର ଅନୁଶ୍ରୀ ପରିଡା ଏବଂ ଶ୍ରେୟାସ୍ୱୀକୃତି ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ । କ୍ଲବ୍‌ର ସଂପାଦକ ବୈଲୋଚନ ବେହୁରିଆ, କୋଷାଧ୍ୟକ୍ଷ ନାରାୟଣ ମିଶ୍ର ଅନ୍ୟତମ ସଦସ୍ୟ ଭାବେ ଆଇନ୍‌ଜୀବୀ ପର୍ଶୁରାମ ଦ୍ୱିବେଦୀ, ସାମ୍ବାଦିକ ପ୍ରମୋଦ ରାୟ, ଶୁଭେନ୍ଦୁ ରାୟ ମହାପାତ୍ର, ପ୍ରଦୀପ କୁମାର ସାହୁ, ବିଭାଗୀୟ କର୍ମଚାରୀ ମିନାକ୍ଷୀ ଗରାବଡୁ, ରଂଗାଧର ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *