ସ୍ୱପ୍ନର ଓଡ଼ିଶା ଉତ୍ସବ ପାଳିତ

କଟକ : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୯୪ ତମ କାର୍ଯ୍ୟକ୍ରମ ସ୍ୱପ୍ନର ଓଡ଼ିଶା ଉତ୍ସବ ଉତ୍କଳ ଦିବସ ଅବସରରେ ବିଡ଼ାନାସୀ ସ୍ଥିତ ମମତା ଷ୍ଟେ ହୋମ ରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ଯୁବପିଢ଼ି ଉନ୍ନତ ଜ୍ଞାନ କୌଶଳ ଲାଭକରି କଠିନ ପରିଶ୍ରମ କଲେ ୨୦୩୬ ରେ ବିକଶିତ ଓଡ଼ିଶା ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଡ଼କ୍ଟର ସତ୍ୟ ରାୟ , ପ୍ରାକ୍ତନ କାର୍ଯ୍ୟକାରୀ ସମ୍ପାଦକ ସମାଜ ଉତ୍ସବକୁ ଉଦ୍ ଘାଟନ କରି କୈବଲ୍ୟ ସାହିତ୍ୟ ସଂସଦର କାର୍ଯ୍ୟଶୈଳୀ ଇତିହାସ ପୃଷ୍ଠାରେ ସ୍ଥାନିତ ହେବବୋଲି ସ୍ପଷ୍ଟ କରିଥିଲେ । ମୁଖ୍ୟବକ୍ତା ଡ଼କ୍ଟର ମନୋରଞ୍ଜନ ବେଉରା ସ୍ୱପ୍ନର ଓଡ଼ିଶା ସତ୍ୟ , ନିଷ୍ଠା ଏବଂ ଯୁବପିଢ଼ିଙ୍କ ସାଧନା ମାଧ୍ୟମରେ ଗଠନ ହୋଇପାରିବ ବୋଲି ବିବେଚନା କରିଥିଲେ । ସମ୍ମାନିତ ବକ୍ତା ଅଭିରାମ ଦାସ , ଭାରପ୍ରାପ୍ତ ସହକାରୀ ଅଧିକାରୀ ସୂଚନା ଓ ଲୋକସମ୍ପର୍କ ବିଭାଗ,କଟକ ବିଶ୍ୱରେ ଓଡ଼ିଶାର କଳା , ସାହିତ୍ୟ ଏବଂ ସଂସ୍କୃତିର ଆଦର ବଢ଼ିବାରେ ଲାଗିଛି ବୋଲି ସୂଚନା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡାକ୍ତର ବନଜ କୁମାର ରାୟ , ଡ଼କ୍ଟର ସ୍ମୃତି ପଟ୍ଟନାୟକ, ଡ଼କ୍ଟର ବୈଜୟନ୍ତୀ ମାଳା ଶତପଥୀ, ଡ଼କ୍ଟର ତୋଫାନ ଜେନା, ପ୍ରେମଚାନ୍ଦ ମହାନ୍ତି, ଦୁର୍ଯୋଧନ ସାହୁ ଏବଂ ମଞ୍ଜୁଲତା ଜେନା ଯୋଗଦେଇ ସ୍ୱପ୍ନର ଓଡ଼ିଶା ଗଠନରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାର ବିକାଶର ମାନଚିତ୍ର ୧୮୦୩ ମସିହା ରୁ ୧୯୩୬ ମସିହା ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ସମୟରେ ୨୦୩୬ ପର୍ଯ୍ୟନ୍ତ ଆଲୋଚନାରେ ସ୍ଥାନ ପାଇଥିଲା । ଉକ୍ତ ଅବସରରେ ସାହିତ୍ୟିକ ମାନଙ୍କୁ ଉତ୍କଳ ସାରଥୀ ସମ୍ମାନ ପ୍ରଦାନ କରାଯାଇଥିଲା ।ଅନୁଷ୍ଠାନ ତରଫରୁ ଅନ୍ତେବାସୀମାନଙ୍କୁ ଶାଢ଼ୀ ଏବଂ ଆଧ୍ୟାତ୍ମିକ ପୁସ୍ତକ ବଣ୍ଟନ କରାଯାଇଥିଲା । ଶିଶୁ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ଏବଂ ଗୀତା ବଣ୍ଟନ କରାଯାଇଥିଲା । କୋଡ଼ିଏରୁ ଉର୍ଦ୍ଧ କବି ” ସ୍ୱପ୍ନର ଓଡ଼ିଶା ” ଶୀର୍ଷକ କବିତା ପାଠ କରିଥିଲେ । ଭକ୍ତି ସଙ୍ଗୀତ ଏବଂ ଜଗନ୍ନାଥ ଜଣାଣ ଗାନ କରାଯାଇଥିଲା । ଶିଶୁ କଣ୍ଠଶିଳ୍ପୀ ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥିଲେ । କବୟିତ୍ରୀ ଭଗବତୀ ଖଟୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *