ଶାଶ୍ଵତୀଙ୍କ ସ୍ବପ୍ନ ସାକାର

ଶାଶ୍ଵତୀଙ୍କ ସ୍ବପ୍ନ ସାକାର

ଓଡ଼ିଶା ସୂଚନା ସେବା ପରୀକ୍ଷାରେ କୃତକାର୍ଯ୍ୟ

କୋଣାର୍କ ପାଇଁ ଆଣିଲେ ଗୌରବ

କୋଣାର୍କ:- କୋଣାର୍କ ଏନଏସି ଅନ୍ତର୍ଗତ ୧୦ନଂ ୱାର୍ଡ ମାଧିପୁର ଗ୍ରାମର ଝିଅ ସୁଶ୍ରୀ ଶାଶ୍ଵତୀ ପାଢ଼ୀ କୋଣାର୍କ ଅଞ୍ଚଳ ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି। ସେ ୨୦୨୪ -୨୫ ମସିହା ଓଡ଼ିଶା ସୂଚନା ସେବା (ଓଆଇଏସ) ପରୀକ୍ଷାରେ ରାଜ୍ୟରେ ୧୪ ତମ ସ୍ଥାନ ହାସଲ କରି ସଫଳତା ପାଇଛନ୍ତି । ଶାଶ୍ଵତୀ ସୁତନ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ତଥା ମାଧିପୁର ଗ୍ରାମର ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ପାଢ଼ୀ ଓ ଲିଲିନା ପାଢୀଙ୍କ କନ୍ୟା ସନ୍ତାନ ହୋଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପାଢୀଙ୍କ ନାତୁଣୀ ଅଟନ୍ତି। ତାଙ୍କର ଏହି ସଫଳତା କୋଣାର୍କ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ହୋଇଥିବା ବେଳେ ତାଙ୍କୁ ବିଭନ୍ନ ମହଲରୁ ଶୁଭେଚ୍ଛା ,ପ୍ରଶଂସାର ସୁଅ ଛୁଟୁଛି। ଏଥି ସହିତ ଶାଶ୍ଵତୀଙ୍କ ସ୍ବପ୍ନ ସାକାର ହୋଇଛି। ସ୍ନାତକ ପରେ ସେ ଦିଲ୍ଲୀସ୍ଥିତ କେନ୍ଦ୍ର ସରକାରଙ୍କ ଭାରତୀୟ ଗଣ ଯୋଗାଯୋଗ ସଂସ୍ଥାନରେ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନା୍ତକୋତ୍ତର ସଫଳତାର ସହ ଉତିର୍ଣ୍ଣ ହୋଇ ପ୍ରଶାସନିକ ଓଡ଼ିଶା ସୁଚନା ସେବା ରେ କୃତିତ୍ୱ ଭାବେ ସଫଳତା ହାସଲ କରିଛନ୍ତି। ଯାହା ତାଙ୍କ ସ୍ବପ୍ନ ସାକାର ହୋଇଛି ବୋଲି ସୁଶ୍ରୀ ପାଢ଼ୀ ଖୁସିବ୍ୟକ୍ତ କରି ପ୍ରକାଶ କରିଛନ୍ତି। କୋଣାର୍କ ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଧର୍ମପଦ ପ୍ରେସ କ୍ଲବ ସଭାପତି ପ୍ରତାପ କାଣ୍ଡି, ସମ୍ପାଦକ ଜ୍ଞାନ ରଞ୍ଜନ ବିଶ୍ଵାଳ, ପ୍ରେସ କ୍ଲବ ସଭାପତି ଧନଞ୍ଜୟ ବେହେରା ଓ ସମ୍ପାଦକ ବିଚିତ୍ର ଓଝା ତାଙ୍କୁ ଶୁଭେଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *