ଗୋଠିଣା ନରେନ୍ଦ୍ର ବିଦ୍ୟାମନ୍ଦିର ପରିସରରେ ପୋଷାକ ବିତରଣ ଉତ୍ସବ।
ରଘୁନାଥପୁର -ତା ୨୩.୯ରିଖ :-ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକ ର ଗୋଠିଣା ଗ୍ରାମର ନରେନ୍ଦ୍ର ବିଦ୍ୟାମନ୍ଦିର ପରିସରରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏଠାରେ ପ୍ରକାଶ ଥାଉ କି ପ୍ରଧାନ ଶିକ୍ଷୟତ୍ରୀ ରଶ୍ମୀ ପ୍ରଭା ନାଏକ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପରମାନନ୍ଦ ସ୍ବାଇଁ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ରୂପେ ବରାଗୋଳ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ଦାସ, ସମିତି ସଭ୍ୟ ଜିତେନ୍ଦ୍ର ମଲ୍ଲିକ ଏବଂ ସମ୍ମାନିୟ ଅତିଥି ରୂପେ ପରିଚାଳନା କମିଟି ସଦସ୍ୟ ଅମୂଲ୍ୟ ଚଂଦ୍ର କାନ୍ତ ମହାପାତ୍ର ଓ ପୁରାତନ ଛାତ୍ର କମିଟି ର ସଭାପତି ସୁବାସ ନାଏକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ କୁଞଲ ନାଗ, ଶିକ୍ଷକ ଜଗାବଳିଆ ମିଶ୍ର, ଶିକ୍ଷୟତ୍ରୀ ସୈାଦାମିନି ମଲ୍ଲିକ ପରିଚାଳନା କରିଥିବାବେଳେ ସହଯୋଗ କରିଥିଲେ କିରାଣୀ ହିତେଦ୍ର ସାହୁ ଏବଂ ପିଅନ ନରେନ୍ଦ୍ର ରାଉତ।
