ବ୍ୟାସନଗରରେ ୨୪ ଘଣ୍ଟିଆ ପାନୀୟ ଜଳ ସେବା ଶୁଭାରମ୍ଭ
ବ୍ୟାସନଗର ଦଳା ସ୍ଥିତ ପାନୀୟ ଜଳ କାର୍ଯ୍ୟାଳୟରେ ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ସେବା ପାଇଁ ଅନଲାଇନରେ ଶୁଭଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ପ୍ରକାଶ ଯୋଗ୍ୟ ଆଜି ବ୍ୟାସନଗର ପୌର ପରିଷଦରେ ୨୪ଘଣ୍ଟିଆ ପାନୀୟ ଜଳ ସେବା ପାଇଁ ଶୁଭଆରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି ପର୍ଯ୍ୟାୟରେ ଆଜି ବ୍ୟାସନଗର ସହରର ଦୁଇ ଗୋଟି ଜୋନ କୁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜୋନ ଭାବେ ଘୋଷଣା କରାଗଲା l ଜୋନ-୧ ରେ ମୁଣ୍ଡମାଳ ଏରିଆ ର ୯୦୮ ଘର ଏବଂ ୬୩୫୬ ଲୋକ ଉପକୃତ ହେବାବେଳେ ଜୋନ-୨ ରେ ଧବଳଗିରି ଏରିଆ ର ୬୭୦ ଘର ଏବଂ ୪୬୯୦ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି l ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଅଶୋକ କୁମାର ବଳ, ପୌର ପରିଷଦର ଅଧକ୍ଷା ସଂଗୀତା ପିଙ୍ଗୁଆ, ଉପାଧକ୍ଷ ସୁବାଷ ଚନ୍ଦ୍ର ବଳ, ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଓ ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ସାମିଲ ଅତିଥିଭାବେ ଯୋଗଦେଇଥିଲେ l ଏହି ସେବା ପାଇଁ ଉପସ୍ଥିତ କାଉନସିଲର ଓ ୱାର୍ଡ ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

