ଚୋରା ମଦ ବ୍ୟବସାୟକୁ ନେଇ ଗାଁରେ ଉତ୍ତେଜନା
ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କ ଶାସନ ଆସିବା ପରେ ପ୍ରତ୍ୟେକ ଅଞ୍ଚଳରେ ପରିବର୍ତ୍ତନର ଚିତ୍ର ଦୃଷ୍ଟିଗୋଚର ହେଉଛି, କିନ୍ତୁ ବିଶେଷକରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଅରାଜକତା ଦିନକୁ ଦିନ ବୃଦ୍ଧି ପାଉଛି ମାତ୍ର ଥମିବାକୁ ନା ଧରୁନି, ସେଥିମଧ୍ୟରୁ ଚୋରା ମଦ ବ୍ୟବସାୟ ଯାହା ଅସ୍ତରଙ୍ଗ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇସାରିଛି, କାହିଙ୍କି କିପରି ପ୍ରଶାସନର ଦୃଷ୍ଟି ପଡୁନି ତାହା ଏବେ ବିବାଦୀୟ ମୋଡ଼ ନେଉଛି Byte:1ଅସ୍ତରଙ୍ଗ ବ୍ଲକ ସରିପୁର ଗ୍ରାମରେ ରାତ୍ର ସମୟରେ ଗ୍ରାମରୁ ଆସିଛି କିଛି ପ୍ରତିବାଦ ସହିତ ଉତ୍ତେଜ୍ଜନା ମୂଳକ ଦୃଶ୍ୟ, ଘଟଣା ସମ୍ପର୍କରେ ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ମାତ୍ର ଯାହା ଆମେ ଶୁଣିଲୁ ଆଉ ଦେଖିଲୁ ତାହା ଆଶ୍ଚର୍ଯ୍ୟ କରିବା ଭଳି ଦୃଶ୍ୟ, ଗ୍ରାମରେ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର, ଏହି କେନ୍ଦ୍ର ନିକଟରେ ଜଣେ ବ୍ୟକ୍ତି ଆଜକୁ ଦୀର୍ଘ ବର୍ଷ ହେବ କରିଆସୁଛି ବ୍ୟବସାୟ ତାହା ଫୁଣି ବିପୁଳ ପରିମାଣରେ ଚୋରା ମଦ ସହିତ ଆସ୍କା ଫଟି, ଯାହାକୁ ନେଇ ଗ୍ରାମାଞ୍ଚଳର ପରିବେଶ ଉପରେ ପଡିଛି ସମ୍ପୂର୍ଣ୍ଣ କୁପ୍ରଭାବ Byte:2ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ବ୍ୟବସାୟୀଙ୍କ ତରଫରୁ ଗ୍ରାମବାସୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଉଦ୍ୟମ ସହ ତୀବ୍ର ବିରୋଧ କରିଥିଲେ ଯାହାକି ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା, କିଛି ସମୟ ପରେ ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ ବି ଆଜି ପର୍ଯ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମରେ ଅସନ୍ତୋଷ ଲାଗି ରହିଛି Byte:3ଅସ୍ତରଙ୍ଗ ପୋଲିସ କୁ ବାରମ୍ବାର ଏହି ଘଟଣା ରେ ସୂଚନା ଦିଆଯାଇଥିଲେ ବି ପୋଲିସ ଘଟଣା ସ୍ଥଳକୁ ଆସୁଛି ମାତ୍ର କିଛି ଟା ମଦ ପେଟି ଜବତ କରୁଛି ସତ ମାତ୍ର ବ୍ୟବସାୟୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ଯାହାକୁ ନେଇ ପୋଲିସ ରେ ନିରପେକ୍ଷତା ଉପରେ ଜନସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିବା ବେଳେ ଆଗାମୀ ଦିନ ରେ ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନନେଲେ ଅସ୍ତରଙ୍ଗ ଥାନା ଘେରାଉ କରିବା ସହିତ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ଗ୍ରାମବାସୀ
