ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ମାନବ ସେବା ସମିତି ତରଫରୁ ପାନୀୟ ଜଳ ଓ ଦହି ସର୍ବତ ପ୍ରଦାନ

ଯାଜପୁର ଜିଲ୍ଲାର ଅଗ୍ରିମ ସେବାକାରୀ ସଂସ୍ଥା ମାନବ ସେବା ସମିତି ତରଫରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀ ରେ ଭକ୍ତ ମାନଙ୍କ ପାଇଁ ପାନୀୟ ଜଳ ଓ ଦହି ସର୍ବତ ବ୍ୟବସ୍ତା କରାଯାଇଥିଲା । ଏହି ସମିତି ତରଫରୁ ମଧ୍ୟ ଯାଜପୁର ଜିଲ୍ଲାର ଅନ୍ୟ ଅଞ୍ଚଳ ରେ ହେଉଥିବା ରଥଯାତ୍ରାରେ ଏପରି ପାନୀୟ ଜଳ ପ୍ରଦାନ କରାଯାଇଥିବା ମାନବ ସେବା ସମିତି ର କର୍ମକର୍ତ୍ତା ମାନେ କହିଥିଲେ । ଏଭଳି ଏକ ସେବା ମନବୃତି ପାଇଁ ମାନବ ସେବା ସମିତି ଭକ୍ତ ମାନଙ୍କର ପ୍ରଶଂସାର ପ୍ରିୟ ଭାଜନ ହୋଇପାରିଥିଲା । ମାନବ ସେବା ସମିତି ଯାଜପୁର ଜିଲ୍ଲାରେ ଏକ ନିର୍ଭରଯୋଗ୍ୟ ସେବାକାରୀ ସଂସ୍ଥା ହୋଇଥିବାରୁ ରଥଯାତ୍ରା ଉପଲକ୍ଷେ ସମିତି ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ର ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *