୩ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର

କୋଣାର୍କ,୧୧.୦୭ – ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ଓ ସହରାଞ୍ଚଳରେ ପାଣି ଯୋଗାଉଥିବା ୱାଟକୋ ସଂସ୍ଥା ପକ୍ଷରୁ କୋଣାର୍କରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏନେଇ କୋଣାର୍କ ଏନଏସିରେ ୪ଟି ସୂଉଚ୍ଚ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ଜାରି ରହିଛି। ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ହୋଇନଥିବା ବେଳେ ସୂର୍ଯ୍ୟ ମନ୍ଦିର ପଛପଟ ଫାୟାରିଂ ବନ୍ତ ନିକଟରେ ହେଉଥିବା ପାଣି ଟାଙ୍କି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଦେଖିବାକୁ ମିଳୁଛି। ନିର୍ମାଣ ସମୟରେ ଠିକାଦାର ଏଜେନ୍ସି କି ସହକାରୀ ପରିଚାଳକ ତଥା କନିଷ୍ଠ ଯନ୍ତ୍ରୀ ରହୁ ନାହାଁନ୍ତି। ଯାହା ଫଳରେ ଜଣେ ଅସାଧୁ ଦଲାଲ୍ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି ଭୁବନେଶ୍ୱରରେ ରହୁଥିବା ଠିକାଦାର। କାର୍ଯ୍ୟରେ ନିମ୍ନ ମାନର ତଥା ଗ୍ରେଡ଼ ବାଲି ଓ ଚିପ୍ସ ବ୍ୟବହାର ହେଉଛି। ନିର୍ମାଣ କାର୍ଯ୍ୟରେ ଲାଗୁଥିବା ନିମ୍ନ ମାନର ଗୋଡି ଓ ବାଲି ପଡ଼ିଥିବା ଦେଖି ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ତାଗିଦ୍ କରିଥିଲେ ମଧ୍ୟ ତାଙ୍କୁ କେହି ଖାତିର କରି ନଥିଲେ ନିଜକୁ ଠିକାଦାର ପାର୍ଟନର କହୁଥିବା ଦଲାଲ୍ ଜଣଙ୍କ ଅର୍ଥ ହଡ଼ପ କରି ନିମ୍ନ ମାନର ବାଲି ଓ ଗୋଡି ବ୍ୟବହାର କରୁଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ତଥା ସହକାରୀ ପରିଚାଳକ ଦୀପ୍ତି ରଞ୍ଜନ ପାତ୍ରଙ୍କୁ ପଚାରିଲେ ମଧ୍ଯ ସେ କଥାକୁ ଆଡେଇ ଦେଇଥିଲେ। ସହକାରୀ ଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରୁ ସେ ଏନେଇ ଠିକାଦାରକୁ ପଚାରୁଛି ବୋଲି କହିଥିଲେ। କିନ୍ତୁ ଉକ୍ତ ନିମ୍ନ ମାନର ବାଲି ଓ ଗୋଡିରେ କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି। ଏନେଇ ପାନୀୟ ଜଳ ପ୍ରକଳ୍ପ ବିଭାଗୀୟ ମନ୍ତ୍ରୀ, ଅଧିକାରୀ, ପୂରୀ ଜିଲ୍ଲାପାଳ ଚଞ୍ଚଳ ରଣା, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ମାନେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *