୭ଦଫା ଦାବିକୁ ନେଇ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବେ ଡ୍ରାଇଭର ମହାସଂଘ
୭ଦଫା ଦାବିକୁ ନେଇ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବେ ଡ୍ରାଇଭର ମହାସଂଘ
(ସମର୍ଥନ କଲା ଯାଜପୁର ରୋଡ ଟ୍ରକ୍ ମାଲିକ ସଂଘ )
ଯାଜପୁର ଜିଲ୍ଲାର ଡ୍ରାଇଭର ମହାସଂଘ ଦ୍ୱାରା ଡାକରା ଦିଆଯାଇଥିବା ଷ୍ଟେରିଙ୍ଗ ଛାଡ ଆନ୍ଦୋଳନକୁ ଯାଜପୁର ରୋଡ ଟ୍ରକ୍ ମାଲିକ ସଂଘ ସମର୍ଥନ କରିଛି । ଯାଜପୁର ରୋଡ ଟ୍ରକ୍ ମାଲିକ ସଂଘ କାର୍ଯ୍ୟଳୟରେ ଯାଜପୁର ଜିଲ୍ଲାର ଓ ଓଡିଶା ଡ୍ରାଇଭର ସଂଘ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଓଡିଶା ଡ୍ରାଇଭର ମହାସଂଘର ଡ଼ାକରାରେ ଦିଆଯାଇଥିବା ୭ ଦଫା ଦାବିକୁ ନେଇ ଚଳିତ ମାସ ୮ ତାରିଖରୁ ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସୂଚନା ଦେଇଥିଲେ । ୭ଦଫା ଦାବି ମଧ୍ୟରେ ଡ୍ରାଇଭର ୱେଲଫେଆର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ, ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ, ୬୦ ବର୍ଷ ପରେ ଭତା ପ୍ରଦାନ, ୧୦୦ କିଲୋମିଟର ଅନ୍ତରରେ ଗାଡିପାକିଂ ଓ ଡ୍ରାଇଭରଙ୍କ ପାଇଁ ବିଶ୍ରାମାଗର, ଖଣିଖାଦାନ ଓ ଶିଳ୍ପାଞ୍ଚଳରେ ଓଡିଶାର ଡ୍ରାଇଭରଙ୍କୁ ୭୦ ଭାଗ କାମ କରିବାର ସୁଯୋଗ, ସେପମ୍ବର ୧କୁ ଜାତୀୟ ଡ୍ରାଇଭର ଦିବସ ଘୋଷାଣ ଓ ଗାଡିର କାଗଜପତ୍ର ଯାଞ୍ଚ ଅଧିକାର ପୁଲିସକୁ ଦିଆନଯିବା ଭଳି ଦାବି ରଖାଯାଇଛି ।
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
