ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ମୋଟର ଡ୍ରାଇଭିଂ ଦକ୍ଷତା ଶିବିର ଉଦଘାଟିତ
ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗ କାର୍ଯ୍ୟାଳୟ ପରିସର ରେ ମୃତ୍ତିକା ସଂରକ୍ଷଣ ବିଭାଗ ଓ ଜଳ ବିଭାଜିକା ମିଳିତ ଉଦ୍ୟମରେ 30 ଦିନିଆ ମୋଟର ଡ୍ରାଇଭିଙ୍ଗ ଦକ୍ଷତା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏହି ତାଲିମ ଶିବିର ଆସନ୍ତା ସେପ୍ଟେମ୍ବର ମାସ 15 ତାରିଖ ରେ ଶେଷ ହେବାକୁ ଥିବା ବେଳେ ଏଥିରେ ଖଡ଼ିଆଳ ବ୍ଳକ ରାଣୀମୁଣ୍ଡା, ଦାବରୀ, ଖାସବାହାଲ, ସରଧାପୁର ଓ ବିରିଘାଟ ଗ୍ରାମ ପଂଚାୟତ 16 ଗୋଟି ଗ୍ରାମର ଯୁବକ ମାନେ ତାଲିମ ଗ୍ରହଣ କରୁଛନ୍ତି । ସୂଚନା ଥାଉକି ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ରେ ଏହି ଯୁବକ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଉଦଘାଟନୀ କାର୍ଯ୍ୟକ୍ରମ ରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଚିନ୍ତାମଣି ବେହେରା, ଆୟୋଜକ ସଂସ୍ଥାର ଅଧିକାରୀ ରଫିକ ମହମ୍ମଦ, ଅଜିତ ସିଂ ଦଣ୍ଡସେନା, ଶୁଶୀଳ ମୁଣ୍ଡ, ମଦନ ମାଝୀ, ହରିଶ୍ଚନ୍ଦ୍ର ଦେଣ୍ଡକାର ପ୍ରମୁଖ ଉପସ୍ଥିତ ଥିଲେ ।

