ନିଶା ମୁକ୍ତ ଭାରତ ଅଭିଯାନ*
ତା. ୧୬.୧୦.୨୦୨୫ ରିଖ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଭଦ୍ରକ ଶାଖା ଏବଂ ଭଦ୍ରକ ଜିଲ୍ଲା ନିଶା ନିବାରଣ ସର୍ବୋଦୟ ମଣ୍ଡଳ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ ଯୋଗ ଦେଇ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା । ଏଥିରେ ଜିଲ୍ଲାପାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ବ୍ରହ୍ମା କୁମାରୀ ମୁଖ୍ୟ ମଞ୍ଜୁ ଭଉଣୀ, ନନ୍ଦିନୀ ଭଉଣୀ, ଅକ୍ଷୟ ଭାଇ, ସୌଭାଗ୍ୟ ଭାଇ, ପଙ୍କଜ ଭାଇ, ଜିଲ୍ଲା

ସର୍ବୋଦୟ ମଣ୍ଡଳ ସଭାପତି ଅମର ପାଣିଗ୍ରାହୀ, ପ୍ରମୁଖ ଯୋଗ ଦେଇ ତମାଖୁ ବିକ୍ରୀ ପ୍ରଚାର ପ୍ରସାର ବନ୍ଦ କରିବା, ନିଶା ହଟାଓ, ଦେଶ ବଞ୍ଚାଓ, ନିଶା ରୁ ଦୂରରେ ରହିବା, ମନକୁ ସୁସ୍ଥ ନିୟନ୍ତ୍ରିତ ସଶକ୍ତ କରିବା ପାଇଁ ରାଜଯୋଗ (Meditation) ମାଧ୍ୟମରେ ଭାରତୀୟ ସଂସ୍କୃତି ପ୍ରାଚୀନ ପରମ୍ପରାକୁ ବଜାୟ ରଖି ଦୁଶ୍ଚିନ୍ତା, ମାନସିକ ବିଷାଦ, ନିଶା ସେବନ ରୁ କିପରି ମୁକ୍ତି ହୋଇପାରିବେ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ସଚେତନତା ନିଶାମୁକ୍ତ ଓଡ଼ିଶା ଅଭିଯାନ ରଥ ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିକ୍ରମା କରି ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ।
