ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତା କଡର ଶୁଖିଲା ଗଛ

ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତା କଡର ଶୁଖିଲା ଗଛ ।

ଫିରିଙ୍ଗିଆ , ରାସ୍ତା କଡରେ ବିପଦ ସନକୁଳ ଅବସ୍ଥାରେ ରହିଛି ବିରାଟକାୟ ଶୁଖିଲା ଗଛ । ଉକ୍ତ ରାସ୍ତାଦେଇ ଯାତାୟତ କରିବାକୁ ଭୟ କରୁଥିବା କଥା କହିଛନ୍ତି ଗ୍ରାମ ବାସୀ । ପବନର ଦୃତ ଗତିରେ କେତେବେଳେ କାହା ମୁଣ୍ଡ ଉପରେ ପଡ଼ି ଦୁର୍ଘଟଣା ହେବ କହି ହେବନାହିଁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଞ୍ଚାୟତ ଗେରୁପଡା ଛକ ନିକଟ ରାସ୍ତାପାର୍ଶ୍ଵରେ ଦେଖିବାକୁ ମିଳିଛି । ଉକ୍ତ ରାସ୍ତାଦେଇ ଶହଶହ ଗାଡି ମୋଟର ଯାତାୟାତ କରୁଥିବା ବେଳେ ଶୁଖିଲାଗଛ ପାଖରେ ବିଦ୍ୟାଳୟ ଥିବା ବେଳେ ଛାତ୍ରଛାତ୍ରୀମାନେ ସଦ ସର୍ବଦା ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଦେଖିବାକୁମିଲୁଛି । ଗଛଟି ସମ୍ପୂର୍ଣ୍ଣ ରାସ୍ତା ଆଡକୁ ଢଳି ରହିଥିବା ବେଳେ ଶୁଖିଲା ଗଛକୁ ରାସ୍ତା କଡ଼ରୁ ହଟାଇବା ପାଇଁ ସେହି ଅଞ୍ଚଳଵାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି । କିଛି ଦୁର୍ଘଟଣା ଘଟିବା ପୂର୍ବରୁ ଉକ୍ତ ଶୁଖିଲା ଗଛକୁ କରିବା ପାଇଁ ଅଞ୍ଚଳ ବସୀଙ୍କ ତରଫରୁ ଦାବୀ କରାଯାଇଅଛି ।

Leave a Reply

Your email address will not be published. Required fields are marked *