ରାଜଧାନୀରେ ଡୁଡ୍‌ନୁ ପ୍ରେରଣା ସମ୍ମାନ ପାଇଲା “ମୋ ପରିବାର” l

ଜଟଣୀ:୨୮:୮(ଶୁଭେନ୍ଦ୍ର ଶତପଥୀ)ମା”ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସ୍ୱେଚ୍ଛାସେଵୀ ସଂସ୍କାର ସଂଗଠନ “ମୋ ପରିବାର” ସବୁବେଳେ ନିଆରା କାର୍ଯ୍ୟ କରି ଚାଲିଛି ସେଥି ପାଇଁ ସବୁବେଳେ ପ୍ରଶଂସିତ ହେବା ସହିତ ସମ୍ବର୍ଦ୍ଧିତ ହେଉଛି l ମାନସିକ ଏବଂ ଶାରୀରିକ ଅନଗ୍ରସର ଅକ୍ଷମତା ସତ୍ତ୍ୱେ ଯେଉଁମାନେ ସମାଜ ପାଇଁ ଆଦର୍ଶ ଓ ନିଜର ପ୍ରତିବିମ୍ବ ସୃଷ୍ଟି କରି ପ୍ରେରଣା ସାଜିଛନ୍ତି l ସେମାନଙ୍କୁ ଏବଂ ଓଡିଶାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ସମାଜର ହିତରେ ଜନମାସରେ ଅନୁଷ୍ଠାନ ଗଡି ସାମାଜିକ କର୍ମରେ ଅନୁଷ୍ଠାନିକ ଭାବେ କାର୍ଯ୍ୟରତ ଅନୁଷ୍ଠାନ ମାନଙ୍କୁ ଅନୁପ୍ରାଣିତ କରିବା ନିମନ୍ତେ ୧୧ ଗୋଟି ଡୁଡ୍‌ନୁ ପ୍ରେରଣା ସମ୍ମାନ- ୨୦୨୫ ସମ୍ମାନିତ କରାଯାଇଥିବା ମଧ୍ୟରୁ”ମୋ ପରିବାର” କୁ ପ୍ରଥମେ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା l ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ଅଡିଟୋରିୟମ କକ୍ଷରେ ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟର ଷଷ୍ଠ ବାର୍ଷିକ ସ୍ୱର୍ନକ୍ଷେତ୍ର ଉତ୍ସବରେ ଉଦଘାଟନୀ ସନ୍ଧ୍ୟାରେ ଟ୍ରଷ୍ଟର ଅଧ୍ଯକ୍ଷା ଡ଼.ବନ୍ଦନା ହରିଚନ୍ଦନଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ଵର ମହାନଗର ନିଗମ ମେୟର ସୁଲୋଚନା ଦାସ, ପୂର୍ବତନ

ମନ୍ତ୍ରୀ ସମୀର ରଞ୍ଜନ ଦାସ,ସାଂସଦ ସୁଲତା ଦେଓ, ସମ୍ମାନିତ ଅତିଥି ଭାବେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନଙ୍କ ଦ୍ଵାରା ପାଞ୍ଚଜଣ ଭିନ୍ନକ୍ଷମ ବିଶିଷ୍ଟ ବ୍ୟକ୍ତିଙ୍କୁ ଡୁଡ୍‌ନୁ ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇ ଥିବା ବେଳେ ୧୧ ଗୋଟି ଅଗ୍ରଣୀ ସାମାଜିକ ଅନୁଷ୍ଠାନମାନଙ୍କୁ ଡୁଡନୁ ପ୍ରେରଣା ସମ୍ମାନ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ”ମୋ ପରିବାର”ର ସଦସ୍ୟା ସସ୍ମିତା ମହାପାତ୍ର,ମମତା ଦ୍ବିବେଦୀ,ଲିଲି ପଟ୍ଟନାୟକ,ସ୍ଵର୍ଣ୍ଣମୟୀ ଦାସ,ଦୀପା ନାୟକ,କଳ୍ପନା ଦାସ,ଭାରତୀ ସିଂ,ଜ୍ୟୋତ୍ସ୍ନାରାଣୀ ମିଶ୍ର,ସଦସ୍ୟ ଶୁଭ୍ରାଂଶୁ କୁମାର, ହିମାଂଶୁ ନାୟକ,ସକ୍ରିୟ ସମ୍ପଦ ପାଇକରାୟ ଯୋଗ ଦେଇଥିବା “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *