୯୬ ବର୍ଷରେ ପୁରୀ ଦୁର୍ଗାବାଡୀ ପୂଜା : ୨୦୨୩ – ୨୪ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ

ପୁରୀ – ଆଗାମୀ ଶାରଦୀୟ ଦୁର୍ଗାପୂଜା ପାଇଁ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ। ପୁରୀରେ ସବୁଠାରେ ଗୋଷାଣୀ ପ୍ରତିମା ପୂଜା ପାଉ ଥିବା ବେଳେ ସମୁଦ୍ର କୁଳ ସ୍ଥିତ ଦୁର୍ଗାବାଡି ଠାରେ ସମ୍ପୂର୍ଣ ବଙ୍ଗୀୟ ରୀତି ନୀତିରେ ପୂଜା ପାଉଥିବା ଦୂର୍ଗାବାଡୀ ପ୍ରାଙ୍ଗଣରେ ଶାରଦୀୟ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ପବିତ୍ର ଜନ୍ମାଷ୍ଟମୀରେ ବିଧିମୂତବକ ମୃଣ୍ମମୟୀ ମୂର୍ତ୍ତି ନିର୍ମାଣ ପାଇଁ ଯୋଗମାୟାଙ୍କ ପୂଜାକରି ମାଟିଉଠା କାର୍ଯ୍ୟକ୍ରମ ଶେଷ ହୋଇଛି। ଏଥି ସହିତ ୨୦୨୩/୨୪ ବର୍ଷ କପାଇଁ ନୂତନ କର୍ମକର୍ତା ମଧ୍ୟ ନିର୍ବାଚିତ ହୋଇଛନ୍ତି। ସଭାପତି ଭାବରେ ବିଶିଷ୍ଟ ହୋଟେଲ ଶିଳ୍ପପତି ଡଃ. ଶ୍ରୀ କୁମାର ହାଲଦାର, ଉପସଭାପତି ଭାବେ ଦେବାଦ୍ରୀ ଭୂଷଣ ବ୍ଯାନାର୍ଜ୍ଜୀ, ସାଧାରଣ ସମ୍ପାଦକ ଭାବେ ସୁଦୀପ କୁମାର ଚ୍ଯାଟାର୍ଜ୍ଜୀ, ସହସମ୍ପାଦକ୍ ଭାବେ ଦିଲୀପ କୁମାର ଆଢ୍ଯ, କୋଷାଧ୍ୟକ୍ଷ ଭାବେ ଶେଷାଦ୍ରୀ ଭୂଷଣ ବ୍ଯାନାର୍ଜ୍ଜୀ, ମନୋରଞ୍ଜନ ସମ୍ପାଦକ ସ୍ନିଗ୍ଧାରାଣୀ ଚକ୍ରବର୍ତ୍ତୀ, ସାଂସ୍କୃତିକ ଓ ସାମାଜିକ କଲ୍ୟାଣ ସମ୍ପାଦକ ଭାବେ ସୁରୋଜିତ୍ ଘୋଷ ନିର୍ବାଚିତ ହୋଇଛନ୍ତି। ଏଥି ସହିତ ଏ ବର୍ଷ ପୂଜାରେ ଅଧିକ ଭକ୍ତ ସମାବେଶ ହେବାର ସମ୍ଭାବନା ଥିବାରୁ ୫ ଦିନ ଧରି ହେବାକୁ ଥିବା ପୂଜାକୁ ଶୃଙ୍ଖଳିତ କରିବା ପାଇଁ ସମିତି ବରିଷ୍ଠ ସଦସ୍ୟ ଶଙ୍କର ନାଥ ବ୍ୟାନାର୍ଜି,ଦେବାଶିଷ କୁମାର ଓ କିରନ୍ ପ୍ରକାଶ ଗୁହଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ୫ ଟି ସବ କମିଟି ଗଠନ କରାଯାଇଛି । ଏ ବର୍ଷ ପୂଜା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରତିଦିନ ଦୁର୍ଗାବବାଡୀ ପ୍ରାଙ୍ଗଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏ ବର୍ଷ ପୂଜା ବଜେଟ ୬ଲକ୍ଷ ୫୦ ହଜାର ରଖାଯାଇଛି ବୋଲି ନିର୍ବାଚିତ ସାଧାରଣ ସମ୍ପାଦକ ଶ୍ରୀ ଚ୍ଯାଟାର୍ଜ୍ଜୀ ସୂଚନା ଦେଇଛନ୍ତି। ସେହିପରି ସପ୍ତମୀ ,ଅଷ୍ଟମୀ ଓ ନବମୀ ତିଥିରେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ସମସ୍ତ ଭକ୍ତ ମାନଙ୍କୁ ପ୍ରସାଦ ବିତରଣ ବ୍ୟବସ୍ଥା କରାଯିବା ସହିତ ପୂଜା ଉପଲକ୍ଷେ ଦୂର୍ଗାବାଡୀ ସମିତି ପକ୍ଷରୁ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ ହେବ ବୋଲି ଅଭ୍ୟର୍ଥନା କମିଟି ଆବାହକ ମଳୟକାନ୍ତି ଦେ କହିଛନ୍ତି। ସମ୍ପୂର୍ଣ ବଙ୍ଗୀୟ ଶୈଳୀରେ ପୁରୀରେ ଏହା ସର୍ବପୁରାତନ ଦୁର୍ଗା ପୂଜା ଏବଂ ଏଥର ଏହା ୯୬ବର୍ଷ ଅତିକ୍ରମ କରିବାକୁ ଯାଉଥିବା ବେଳେ ଦୁର୍ଗାପୂଜା ସମୟରେ ଏହା ପୁରୀକୁ ଆସୁଥିବା ବଙ୍ଗୀୟ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ ବୋଲି ମିଡ଼ିଆ ସଂଯୋଜକ ସିଦ୍ଧାର୍ଥ ରାୟ କହିଛନ୍ତି।
ପ୍ରକାଶଯୋଗ୍ଯ ଦୁର୍ଗାବାଡ଼ୀର ଏହି ପୂଜାର ଏକ ବିଶେଷ ଆକର୍ଷଣ ହେଉଛି ମହାନବମୀର କୁମାରୀ ପୂଜା।

Leave a Reply

Your email address will not be published. Required fields are marked *