ଝଙ୍କଡ଼ ସାରଳା ଙ୍କ ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଝଙ୍କଡ଼ ସାରଳା ଙ୍କ ଶାରଦୀୟ ପାର୍ବଣ ପୂଜା ପାଇଁ ପ୍ରସ୍ତୁତି ବୈଠକ।

ତିର୍ତ୍ତୋଲ:ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ, ମନ୍ଦିରର ବେଢ଼ାରେ ଥିବା ସଭାଗୃହ ରେ ଗତ ବୁଧବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ତହସିଲଦାର ତଥା ମନ୍ଦିର ପ୍ରଶାସନର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ୍ବର ବେହେରା, ତିର୍ତୋଲର ଏସ ଡି ପି ଓ ଚିନ୍ମୟ ରାଉତ, ଥାନା ଆଇ ଆଇ ସି ପ୍ରଦୀପ୍ତ ସେଠୀ ,କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ, ଆର୍ ଡବ୍ଲୁ ଏସ ଏସ ଜେଇ ଶ୍ରଦ୍ଧାଞ୍ଜଳୀ ଦାଶ, ଅଗ୍ନିସମ୍ ବିଭାଗର ଅଧିକାରୀ ସୁବାଷ ଚନ୍ଦ୍ର ଭୋଳ, ମେଡିକାଲ ଅଧିକାରୀ ଶୁଭେନ୍ଦୁ ଦାସ ସହିତ ମନ୍ଦିରର ନବୀକରଣ କାର୍ଯ୍ୟ ର ଓ ବି ସି ସି ଜେଇ , ମନ୍ଦିରର ପ୍ରସାଶନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି ଓ ଦୀପକ କୁମାର ପଣ୍ଡା ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ, ବଡପଣ୍ଡା ରଞ୍ଜନ କୁମାର ପଣ୍ଡା, ପରିଚ୍ଛା ଦୁର୍ଗା ଚରଣ ପଣ୍ଡା, ପୁରୋହିତ ପଣ୍ତିତ ପିତାମ୍ବର ଆଚାର୍ଯ୍ୟ , ବରିଷ୍ଠ ସେବାୟତ କ୍ଷୀରୋଦ କୁମାର ରାଉଳ, ତ୍ରିଲୋଚନ ରାଉଳ, ହରେକୃଷ୍ଣ ନାୟକ, ରମେଶ ଚନ୍ଦ୍ର ରାଉଳ, ଜିତେନ୍ଦ୍ର ରାଉଳ ପ୍ରମୁଖ, ମାଆଙ୍କ ପୂଜାର୍ଚ୍ଚନା ନୀତିକାନ୍ତି ଓ ସ୍ବତନ୍ତ୍ର ବେଶ ଆଦି ବିଷୟରେ ଆଲୋଚନା କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ବିଗତ ବର୍ଷ ଏହି ପାର୍ବଣ ପୂଜା ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା, ମାତ୍ର ଦରଦାମ ବୃଦ୍ଧି ଯୋଗୁଁ କିଛି ଅଧିକ ଖର୍ଚ୍ଚ ହେବାର ଆବଶ୍ୟକତା ରହିଛି ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ ଜଗତସିଂହପୁର ଜିଲ୍ଲାପାଳ ଖୋଦ ସାରଳା ମନ୍ଦିର ପରିଚାଳନା ସମିତି ର ଏକମାତ୍ର ସୋଲ ଟ୍ରଷ୍ଟି ଥିବାବେଳେ , ଦାୟିତ୍ଵ ଗ୍ରହଣ କରିବା ପରେ ଆଦୌ ସମୟ ନଦେବା ଓ ପ୍ରତ୍ୟକ୍ଷ ଭାବରେ କୌଣସି କର୍ଯ୍ୟର ତଦାରଖ ନକରିବାରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରୁନାହିଁ। ବିଶେଷ କରି ଦିନକୁ ଦିନ ବିଶୃଙ୍ଖଳା ବୃଦ୍ଧି ପାଉଥିବାରୁ, ସେବାୟତ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ଶ୍ରାଦ୍ଧକୁଭକ୍ତ ମାନଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *