ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତରେ କେନ୍ଦ୍ରମନ୍ତ୍ରୀ, ତାରିଣୀଙ୍କୁ କଲେ ଦର୍ଶନ
ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତରେ ଅଛନ୍ତି କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶ୍ଵଶ୍ୱର ଟୁଡୁ । ଏହି ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତ ସମୟରେ ସେ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ପୂର୍ବରୁ ମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା। ଶ୍ରୀ ବଳଦେବଜୀଉ ଓ ରାହସ ମନ୍ଦିରରେ ଦର୍ଶନ କରିଥିଲେ । ପରେ ସାମ୍ବାଦିକଙ୍କ ସହ ସାକ୍ଷାତକାର କରିଥିଲେ । କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ହୋଇଥିବା ବେଳେ ଏହାର ବିକାଶ ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏହା ସହ କେନ୍ଦ୍ରୀୟ ଉନ୍ନୟନ ଯୋଜନା ଗୁଡିକ କିପରି ଏହି ଆଦିବାସୀ ମାନେ ଲାଭ ନେଇପାରିବେ ସେନେଇ ମନ୍ତ୍ରୀ ବଧପରିକର ବୋଲି ପ୍ରକାଶ କରିଥିଲେ । କେନ୍ଦୁଝର ଜିଲ୍ଲାରେ କାନପୁର ପ୍ରକଳ୍ପ ବହୁ ଦିନରୁ ବନ୍ଦ ହୋଇଥିବା ବେଳେ ଏହା କିପରି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରକାଶ କରିଥିଲେ । ଆଗାମୀ ଦିନରେ ପଞ୍ଚାୟତ ଓ ପୌରପାଳିକା ନିର୍ଵାଚନ ଥିବାରୁ କେନ୍ଦ୍ର ସରକାରଙ୍କ ଜନହିତକର କାର୍ଯ୍ୟକୁ ଆଧାର କରି ମୈଦାନ କୁ ଓହ୍ଲାଇବେ ବୋଲି ମନ୍ତ୍ରୀ ଇଂ ବିଶ୍ଵଶ୍ୱର ଟୁଡୁ ପ୍ରକାଶ କରିଥିଲେ । ପରେ ମନ୍ତ୍ରୀ ସ୍ଥାନୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଅନୁସୂଚୀତ ଜନଜାତି ବୈଠକରେ ଯୋଗଦେଇଥିଲେ । ପରେ ମନ୍ତ୍ରୀ ସପରିବାର କେନ୍ଦୁଝରର ଆରାଧ୍ୟ ଠାକୁରାଣୀ ମା ତାରିଣୀଙ୍କର ଦର୍ଶନ କରିଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମନ୍ତ୍ରୀ ଦିଲ୍ଲୀ ଯାଇଥିବା ଜଣାପଡିଛି ।
ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତରେ କେନ୍ଦ୍ର ମନ୍ତ୍ରୀ, ତାରିଣୀଙ୍କୁ କଲେ ଦର୍ଶନଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତରେ ଅଛନ୍ତି କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶ୍ଵଶ୍ୱର ଟୁଡୁ । ଏହି ଦୁଇ ଦିନିଆ କେନ୍ଦୁଝର ଗ୍ରସ୍ତ ସମୟରେ ସେ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ପୂର୍ବରୁ ମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା। ଶ୍ରୀ ବଳଦେବଜୀଉ ଓ ରାହସ ମନ୍ଦିରରେ ଦର୍ଶନ କରିଥିଲେ । ପରେ ସାମ୍ବାଦିକଙ୍କ ସହ ସାକ୍ଷାତକାର କରିଥିଲେ । କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ହୋଇଥିବା ବେଳେ ଏହାର ବିକାଶ ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏହା ସହ କେନ୍ଦ୍ରୀୟ ଉନ୍ନୟନ ଯୋଜନା ଗୁଡିକ କିପରି ଏହି ଆଦିବାସୀ ମାନେ ଲାଭ ନେଇପାରିବେ ସେନେଇ ମନ୍ତ୍ରୀ ବଧପରିକର ବୋଲି ପ୍ରକାଶ କରିଥିଲେ । କେନ୍ଦୁଝର ଜିଲ୍ଲାରେ କାନପୁର ପ୍ରକଳ୍ପ ବହୁ ଦିନରୁ ବନ୍ଦ ହୋଇଥିବା ବେଳେ ଏହା କିପରି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରକାଶ କରିଥିଲେ । ଆଗାମୀ ଦିନରେ ପଞ୍ଚାୟତ ଓ ପୌରପାଳିକା ନିର୍ଵାଚନ ଥିବାରୁ କେନ୍ଦ୍ର ସରକାରଙ୍କ ଜନହିତକର କାର୍ଯ୍ୟକୁ ଆଧାର କରି ମୈଦାନ କୁ ଓହ୍ଲାଇବେ ବୋଲି ମନ୍ତ୍ରୀ ଇଂ ବିଶ୍ଵଶ୍ୱର ଟୁଡୁ ପ୍ରକାଶ କରିଥିଲେ । ପରେ ମନ୍ତ୍ରୀ ସ୍ଥାନୀୟ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଅନୁସୂଚୀତ ଜନଜାତି ବୈଠକରେ ଯୋଗଦେଇଥିଲେ । ପରେ ମନ୍ତ୍ରୀ ସପରିବାର କେନ୍ଦୁଝରର ଆରାଧ୍ୟ ଠାକୁରାଣୀ ମା ତାରିଣୀଙ୍କର ଦର୍ଶନ କରିଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ମନ୍ତ୍ରୀ ଦିଲ୍ଲୀ ଯାଇଥିବା ଜଣାପଡିଛି ।
ରିପୋର୍ଟ- ମନୋଜ କୁମାର ବେହେରା,କେନ୍ଦୁଝର।
