ଦଶହରା
ଶୀର୍ଷକ _ଦଶହରା
ରୀତାରାଣୀ ଦାଶ
ବାଲେଶ୍ୱର
ଜଗତ ଜନନୀ ଶକ୍ତି ସ୍ୱରୂପିଣୀ ଧରାପୃଷ୍ଠେ ଆଗମନ
ଆଶ୍ୱିନର ଶୁକ୍ଳ ଷଷ୍ଠୀ ତିଥିଠାରୁ
ଆରମ୍ଭ ପୂଜା ବିଧାନ
ଦଶହରାରେ ବିସର୍ଜନ,
ବିଜୟା ଦଶମୀ କଥିତ ସର୍ବତ୍ର
ଭାରତେ ବହୁ ପ୍ରାଚୀନ |
ଧାର୍ମିକ ଉତ୍ସବ ନୁହଁଇ କେବଳ
ପରମ୍ପରା ସାମାଜିକ
ସତ୍ୟର ବିଜୟ ଅସତ୍ୟର ଭୟ
ନୈତିକତାର ପ୍ରତୀକ
ବର୍ଣ୍ଣିତ ଯେ ପୁରାଣରେ,
ଲଙ୍କାର ରାବଣ ମହିଷାସୁରର
ବଧ ଏହି ଦଶମୀରେ |
ପଲ୍ଲୀପୁର ଆଉ ସହରରେ ପୂଜା
ଆଡମ୍ବରରେ ପାଳିତ
ସମ୍ପର୍କ ସୁଦୃଢ ଅଟେ ପରସ୍ପର
ଦଶହରା ଯେ ପ୍ରସିଦ୍ଧ
ଆୟୁଧ ପୂଜା ବିଶେଷରେ,
କାରିଗର ଶିଳ୍ପୀ ଚାଷୀ ବ୍ୟବସାୟୀ
ପୂଜନ୍ତି ବିଧି ବଦ୍ଧରେ |
ସାହିତ୍ୟ ସଂସ୍କୃତି ଲୋକ ଗାଥା ଭାବ
ପ୍ରଦର୍ଶନର ପ୍ରଭାବ
ରାମଲୀଳା ସହ ମହିଷାର ବଧ
ନାଟ୍ୟ ଆକାରେ ଉଦ୍ଭବ
ସତ୍ୟ,ଧର୍ମ,ନ୍ୟାୟ,ବିଜୟ,
ପ୍ରତୀକ ଏ ପର୍ବ ଶିକ୍ଷଣ ବିଭବ
ସମସ୍ୟା ପାଇଁ ଅଭୟ |
ସ୍ୱାଗତ କୁସୁମ ଆଞ୍ଜୁଳାରେ ପୂର୍ଣ୍ଣ
ଆବାହନୀ ସ୍ତୁତି ଭାଷ
ଅନ୍ୟାୟ ଅନୀତି ଅତ୍ୟାଚାର ନାଶ
ଜାତି ଧର୍ମ ନିର୍ବିଶେଷ
ମାତୃ କୃପାହିଁ କେବଳମ,
ପୂର୍ଣ୍ଣ ସମର୍ପଣେ ଗୁହାରୀ ଜଣାନ୍ତି
ଫେଡ଼ିବ ପାଇଁ କଷଣ |
