ଦୁତିପଡା ଆଶ୍ରମ ଉଚ୍ଚ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଖଜୁରୀପଡା /ଫୁଲବାଣୀ ତା, ୧୬/୦୧/୨୦୨୬, କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତିପଡା ଆଶ୍ରମ ଉଚ୍ଚ ବାଳିକା ବିଦ୍ୟାଳୟରେ ୨୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ତ୍ରିପାଠୀ ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଖଜୁରୀପଡା ବ୍ଲକ ଅଧକ୍ଷା ସୁଶ୍ରୀ ଅନିମା କହଁର ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜଣେ ବରିଷ୍ଠ ଶିକ୍ଷାବିତ ଶ୍ରୀ ରତିରଞ୍ଜନ ସାହୁ ଏବଂ ବରେଣ୍ୟ ସନ୍ନମାନ୍ୱିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ଯାନୀ, ସଭାପତି ଶ୍ରୀ ବରୁଣ କହଁର,, ଶିକ୍ଷାନୁଷ୍ଠାନ ର ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ପ୍ରଧାନ, ଙ୍କ ସମେତ ନିକଟସ୍ଥ ଲମ୍ବାଗୁଡରି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କୁମାର ପାଢ଼ୀ ପ୍ରମୁଖ ଯୋଗଦାନକରିଥିଲେ ।ସର୍ବ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଆରମ୍ଭ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ତ୍ରିପାଠୀ ବରେଣ୍ୟ ଅତିଥି ମାନଙ୍କ ଆଗରେ ବିବରଣୀ ପାଠ କରିଥିଲେ । ଏବଂ ବିଦ୍ୟା ଳୟର ସର୍ବାଙ୍ଗୀନ ଉର୍ନ୍ନତି କାମନା କରିଥିଲେ | ସ୍କୁଲ କମିଟି ସଭାପତି ବରୁଣ କହଁର ଛାତ୍ରୀ ମାନଙ୍କ ପାଇଁ ଏକ ଖେଳ ପଡିଆର ଜରୁରୀ ଆବଶ୍ୟକତା ଥୀବା, ଯଥା ଶୀଘ୍ର ଖେଳ ପଡିଆ ନିର୍ମାଣ କରିବା ପାଇଁ ଦାବୀ କରିଥିଲେ । ନିମନ୍ତ୍ରିତ ଅତିଥି ମାନଙ୍କ ଅନୁପସ୍ଥିତି ଉପରେ କ୍ଷୋଭ ପ୍ରକାଶ କରିଥିଲେ | ବରେଣ୍ୟ ମୁଖ୍ୟ ଅତିଥି ସୁଶ୍ରୀ ଅନିମା କହଁର ଅନ୍ତେବାସିନୀଛାତ୍ରୀ ମାନଙ୍କ ଉତ୍ତମ ଶିକ୍ଷା ଦାନ କୁ ଗ୍ରହଣ କରି ନିଜର ଅଧ୍ୟବ୍ୟସାୟ ବଳରେ ଜଣେ ଜଣେ ଉଚ୍ଚ ଶିକ୍ଷିତ ହେବା ସହିତ ନିଜକୁ ପ୍ରତିଯୋଗିତା ମୂଳକ ଦୁନିଆରେ ପ୍ରତିଷ୍ଠା କରିବା ପାଇଁ ପରମର୍ଶ ଦେଇଥିଲେ । ବାର୍ଷିକ ଉତ୍ସବରେ ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ମନୋରଞ୍ଜନ ଧର୍ମୀ ନୃତ୍ୟ ଗିତ ପରିବେଷଣ କରାଯାଇଥିଲା । ଯାହାକି ଦର୍ଶକ ମାନଙ୍କୁ ଭରପୁର ମଜା ର ଖୋରାକ ଯୋଗାଇଥିଲା | ଏହାସହିତ ବାର୍ଷିକ ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା , ଡିବେଟ, କୁଇଜ, ଡ୍ରଇଂ, ପେଣ୍ଟିଙ୍ଗ, ଏବଂ କ୍ରିଟିଭି ଭଳି କୁଇଜ କୁଇଜ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ରେ ସଫଳତା ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ସୁଶ୍ରୀ ଅନିମା କହଁର ପୁରସ୍କାର ବିତରଣ କରିଥିଲେ ||ଏହାପରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ସୁବ୍ରତ କୁମାର ସାହୁ ଅତି ସୁନ୍ଦର ଭାବେ ଉତ୍ସବ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ମଞ୍ଚ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *